Odisha News

ଗଜପତି: ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏମଏଚଏଚଏମ; ସପ୍ତାହ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୬: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମୋହନା ବ୍ଲକାଞ୍ଚଳ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା “ଆଇନା ” ସଂସ୍ଥା ଦ୍ୱାରା ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ ପ୍ରତିଷ୍ଠାନ ର ମିଳିତ ସହଯୋଗରେ ଏମଏଚଏଚଏମ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ସପ୍ତାହ କାର୍ଯ୍ୟକ୍ରମ ପାଳନ ଅବସରରେ ଅଞ୍ଚଳର ପାରମ୍ପରିକ ଖେଳ ଯଥା:-ଦଉଡି ଡିଆଁ , ପୁଚି-ଖେଳ , ଚାମଚ-ଲେମ୍ଭୁ , ଛୁଞ୍ଚି-ସୂତା ଓ ମ୍ୟୁଜିକ- ଚେୟାର ପ୍ରଭୃତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ଉପରୋକ୍ତ ପାରମ୍ପରିକ ଖେଳ ପ୍ରତିଯୋଗିତାରେ ମୋଟ ୫୫ ଜଣ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ ।
ଏହି ଖେଳକୁଦ ଓ ବ୍ୟକ୍ତିଗତ ପରିସ୍କାର ପରିଚ୍ଛନ୍ନତା କାର୍ଯ୍ୟକ୍ରମ ଏମଏଚଏଚଏମ: ମାସିକ ଋତୁସ୍ରାବ କିଶୋରୀ ସ୍ୱାସ୍ଥ୍ୟ ପରିସ୍କାର ପରିଚ୍ଛନ୍ନତା କିଭଳି କରିବାକୁ ହେବ , ସେ ସମ୍ପର୍କରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ମାନେ ଉପାଦେୟ ସୂଚନା ମାନ ଦେଇ ବିସ୍ତୃତ ଭାବେ ବୁଝାଇ ସଚେତନ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଏନ: ଜୟ ପ୍ରକାଶଙ୍କ ସମେତ ଡା: ଜଗତଜ୍ୟୋତି ବିଶ୍ୱାଳ , ଡା: ସାଗର , ଏଲଏଚଭି ଶ୍ରୀମତୀ ସବିତା ପଣ୍ଡା , ବିଜୟିନୀ ମିଶାଲ , ଷ୍ଟାଫନର୍ସ ସରିତା ରଇତ , ରିତା ଚରତୀ ଓ ଆଇସିଡିଏସ ପକ୍ଷରୁ ୧୧ ଜଣ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ । ଏଥି ସମେତ ଚନ୍ଦ୍ରଗିରି ଓପିଲିପି ପକ୍ଷରୁ ମଧ୍ୟ ଲୋପାମୁଦ୍ର ତ୍ରିପାଠି ଓ ଚନ୍ଦ୍ରମା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ “ଜନ କଲ୍ୟାଣ ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ଅକ୍ଷୟ କୁମାର ମହାନ୍ତି ପରିଚାଳନା ।
ପାରମ୍ପରିକ ଖେଳ ପ୍ରତିଯୋଗିତାର ଦଉଡି ଡିଆଁ ଖେଳରେ ମୋଟ ୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ହୋଇଥିଲେ ସଚଳା ବଳିଆର ସିଂ , ୨ୟ ନୀଳାଦ୍ରି ପାଇକ ଏବଂ ୩ୟ ଆଶା ରଇତ ।
ସେହିଭଳି ପୁଚି ଖେଳରେ ମୋଟ ୧୧ ଜଣ ଭାଗ ନେଇଥିବା ବେଳେ ସେଥି ମଧ୍ୟରେ ପ୍ରଥମ- ସ୍ନେହାଶ୍ରି ନାୟକ , ଦ୍ଵିତୀୟ-ନନ୍ଦିନୀ ପାଇକ ଏବଂ ତୃତୀୟ- ଲତିସା ପ୍ରଧାନ ।
ସେହିଭଳି ମ୍ୟୁଜିକ ଚେୟାର ଖେଳରେ ମୋଟ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ-ଶୁନେନା ପାଇକ , ଦ୍ଵିତୀୟ-ଅଙ୍କିତା ସଭାନାୟକ ଏବଂ ତୃତୀୟ- ରୁପାଲି ନାହାକ ।
ସେହିଭଳି ଲେମ୍ଭୁ ଚାମଚ ଖେଳରେ ମୋଟ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାସନାଙ୍କ ମାକ୍ସ୍ୟାରୁ ପ୍ରଥମ-ସମ୍ରିତା ବେବିତା , ଦ୍ଵିତୀୟ-ପ୍ରଭାତୀ ପୂଜାରୀ ଏବଂ ତୃତୀୟ ହୋଇଥିଲେ ଚୁମୁକି ପାଇକ ।
ସେହିଭଳି ଛୁଞ୍ଚି-ସୂତା ଖେଳ ପ୍ରତିଯୋଗିତାରେ ମୋଟ ୧୧ଜଣ
ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେସେମାନଙ୍କ ମଧ୍ୟରୁ ପ୍ରଥମ- ମିତାଞ୍ଜଳି ନାୟକ , ଦ୍ଵିତୀୟ- ମିନାକ୍ଷୀ ଦଳେଇ ଏବଂ ତୃତୀୟ ହୋଇଥିଲେ ଶ୍ରୁତି ସାହୁ ।
ଏହି ସମସ୍ତ ଖେଳ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.