Odisha News

ଗଜପତି: ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୮: ବର୍ଷା ମାସ ଦିନରେ ଅଧିକାଂଶ ରେ ମଶାଙ୍କ ବଂଶବୃଦ୍ଧି ହେବାରେ ସହାୟକ ହୋଇଥାଏ । ଏହା ଫଳରେ ଲୋକଙ୍କୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ବ୍ୟାପିବା ସମ୍ବାବନା ରହିଥାଏ । ଏଥିପାଇଁ ଏ ସବୁଠାରୁ ଦୂରେଇ ରହି ସାବଧାନତା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସମନ୍ୱିତ ସର୍ବେକ୍ଷଣ ଅଭିଯାନ ଅନ୍ତର୍ଗତ ଏମଡିଡି: କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି । ।
ଗଜପତି ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ବିଭିନ୍ନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଖରସଣ୍ଡା ଗ୍ରାମରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏଭଳି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ , ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକ ଆରି ମମତା ପାଢ଼ୀ , ସ୍ଵାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ଏନ: ଲକ୍ଷ୍ମୀ ଆମ୍ମା , ଏଏନଏମ: ସାଗାରିକା ସାମଲ ମେଲ ସ୍ବାସ୍ଥ୍ୟକର୍ମୀ ଶ୍ରୀ ଇ: ଲୋକେଶ୍ୱର୍ ରାଓ ଏବଂ ସିଏଚଓ: ମଧୁସ୍ମିତା ସୁନା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରଥମେ ବିଦ୍ୟାଳୟ ପିଲାମାନଙ୍କୁ ହାତଧୁଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଖରସଣ୍ଡା ଗ୍ରାମରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ରେ ବହୁ ଆଶା , ଅଙ୍ଗନବାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା ସ୍କୁଲ ପିଲା ମାନେ ବାହାରି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ମାଇକ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ ।
ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ , କଣ ପାଇ ହୋଇଥାଏ , ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଏବଂ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇ ଥିଲେ ।
ଏହି ଅବସରରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା ଟାୟାର ଓ କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠିକି ଦୀର୍ଘ ଦିନଧରି ପାଣି ଜମି ରହି ମଶାର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିଭଳି ପାରଳାଖେମୁଣ୍ଡି ଠାରେ ମଧ୍ୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଭିଏସସି:
ଦାୟିତ୍ୱରେ ଥିବା ଏଏନଏମ: ଆରତୀ ବେବର୍ତ୍ତା ନେତୃତ୍ୱରେ ଆଶାକର୍ମୀ ରଞ୍ଜିତା ପ୍ରଧାନ , ଅଙ୍ଗନବାଡ଼ି ସୁନିତା ମହାନ୍ତି ଓ ପ୍ରମୋଡ଼ିନି ପଟ୍ଟନାୟକଙ୍କ ସମେତ ଗାଁ କଲ୍ୟାଣ ସମିତି ସଭ୍ୟା ମାନେ ସାମିଲ ଥିଲେ ।
ବିଦ୍ୟାଳୟ ଛୋଟ ପିଲାଙ୍କୁ ହାତ ଧୁଆ ଉପରେ ସଚେତନ କରାଇବା ସହ ସଚେତନତା ଶୋଭାଯାତ୍ରା ବାହାରି ଲୋକଙ୍କ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ରୋଗ ଦାଉରୁ କିଭଳି ରକ୍ଷା ପାଇବେ ସେ ଦିଗରେ ସଚେତନ କରାଇଥିଲେ ।

Related Posts

Seo wordpress plugin by www.seowizard.org.