Odisha News

ଗଜପତି: ଗୁରୁ ପୂଜନ ଉତ୍ସବ – ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,6/9: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ  ବାଳକ ଉଚ୍ଚ ବିଦ୍ୟାଳୟର ଗୌରଚନ୍ଦ୍ର ଗଜପତି ସଭାକାକ୍ଷ ଠାରେ ଆଜି ବିଦ୍ୟାଳୟ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

ଏହି ଅବସରରେ  ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ ଭଗବାନ ଗଣେଶ ମୂର୍ତ୍ତି ଠାରେ ଦୀପ ପ୍ରଜ୍ଜ୍ୱଳନ ଓ  ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ଅବସରରେ   ବିଦ୍ୟାଳୟର ୨ ଜଣ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ ଏବଂ ଶ୍ରୀ ରାମନାଥ ପଣ୍ଡାଙ୍କୁ  ବିଦ୍ୟାଳୟର ଛାତ୍ରମାନଙ୍କ ପକ୍ଷରୁ ଉଛତ୍ସିତ୍ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ଉପଢ଼ୌକନ ଦେଇ  ସିନ୍ଦୂର ଚନ୍ଦନ ଓ ପୁଷ୍ପ ଦେଇ ଆଳତି ଦେଖାଇ ଗୁରୁ ପୂଜନ କରା ଯାଇଥିଲା ।

ଏଥି ସହିତ  ବିଦ୍ୟାଳୟର ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ମାନେ ସେହିଭଳି ସିନ୍ଦୂର ଚନ୍ଦନ ଓ ପୁଷ୍ପ ଲଗାଇ ଏବଂ ଉପଢ଼ୌକନ ଦେଇ ମୁଣ୍ଡିଆ ମାରି ଗୁରୁ ପୂଜନ କାର୍ଯ୍ୟ ସଂପାଦନ କରିଥିଲେ ।

ପରେ ଛାତ୍ରମାନେ ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ କର୍ମମୟ ଜୀବନ ଦର୍ଶନ ଉପରେ ଆଲୋଚନା କରି ଗୁରୁ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

ପରେ ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଭାରପ୍ରପ୍ତ ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାସ , ଶ୍ରୀ ଜଗନ୍ନାଥ ପଟ୍ଟନାୟକ , ଶ୍ରୀ ଲଛମନ ରାଓ , ଶ୍ରୀ କୁମୁଦ ରଞ୍ଜନ ଦାସ , ଶିକ୍ଷୟତ୍ରୀ ଦିପ୍ତିମୟୀ ପାଢ଼ୀ , ଶ୍ରୀମତୀ ସୁଲତା ଶୁଭଦର୍ଶନୀ ଏବଂ ରାମନାଥ ପଣ୍ଡା ପ୍ରମୁଖ  ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ  ଜୀବନ ଦର୍ଶନ ଉପରେ  କହି ଗୁରୁ ଶିଷ୍ୟ ପରମ୍ପରାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

ଛାତ୍ର ମାନେ ଗୁରୁଙ୍କ ଉପଦେଶ ମାନି ନିଜ କର୍ମ ପଥରେ ଆଗେଇ ଚାଲିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।

   ଏହି ଅବସରରେ ଶେଷରେ  ଛାତ୍ରମାନଙ୍କ ମଧ୍ୟରେ ଏକ କ୍ୟୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ଏହି କୁଇଜ୍ ପ୍ରତିଯୋଗିତାକୁ ବିଦ୍ୟାଳୟ’ର

ଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ପରିଚାଳନା କରିଥିଲେ । ବିଦ୍ୟାଳୟର ଦୁଇଜଣ ଛାତ୍ର ମଦନ ମୋହନ ପଟ୍ଟନାୟକ ଏବଂ ଏନ: ଶ୍ୟାମ ସୁନ୍ଦର  ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଛାତ୍ର ଶ୍ରୀ ପବିତ୍ର ମଣ୍ଡଳ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହନ ସଙ୍ଗୀତ ଏବ ଅନ୍ୟ ଛାତ୍ରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

Related Posts

Seo wordpress plugin by www.seowizard.org.