Odisha News

ଗଜପତି : ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ପତିଙ୍କ ରିପୋର୍ଟ
ଗଜପତି,୨/୮: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ-ଖଣ୍ଡିୟ କାର୍ଯ୍ୟାଳୟ ନିକଟସ୍ଥରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ କୋଭିଡ ସଚେତନତା ଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା: ପତିତପାବନ ବାରିକଙ୍କ ଆଗୁଆ ଅନୁମତି କ୍ରମେ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର , ବୃଦ୍ଧାଶ୍ରମ “ଆଶ୍ରା” ଏବଂ ହିନ୍ଦୁସ୍ଥାନ ଲାଟେକ୍ସ ଫେମିଲି ପ୍ଳାନିଙ୍ଗ ଏଣ୍ଡ ପ୍ରମୋସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କୋଭିଡ ସଚେତନତା ଓ ଟିକାକରଣ କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟକେନ୍ଦ୍ରର
ପିଏଚଇଓ: ମମତା ପାଢ଼ୀ ପରିଚାଳନା କରିଥିବା ବେଳେ ଏଚଏଲଏଫପିପିଟି:ର ଜିଲ୍ଲା ଅଧିକାରୀ ଶ୍ରୀ ଦ୍ବିଜେନ ରାଉଳ ଓ ଶ୍ରୀ ବିଜୟ ଶଙ୍କର ପାଢ଼ୀ ଏବଂ “ଆଶ୍ରା”ର ଅଧିକ୍ଷକ ଶ୍ରୀ ଶ୍ରୀକାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ବୃଦ୍ଧାଶ୍ରମ “ଆଶ୍ରା” ର ମୋଟ ୨୨ ଜଣ ଅନ୍ତେବାସୀ କୋଭିଡ ଟିକା ନେଇ ସେମାନେ , ଆମେ କୋଭିଡ ଟିକା ନେଲୁ , ଆପଣ ମାନେ ମଧ୍ୟ ସମସ୍ତେ କୋଭିଡ ଟିକା ନିଅନ୍ତୁ ଏବଂ କରୋନା ରକ୍ଷା ପାଇ ସୁସ୍ଥ ସମାଜ ଗଠନରେ ସାହାୟକ ହୁଅନ୍ତୁ ବୋଲି ଏକ ସ୍ୱରରେ ସମସ୍ତେ କହିଥିଲେ ।
ସମସ୍ତ ଅନ୍ତେବାସୀଙ୍କୁ କୋଭିଡ ଏଏନଏମ ସଂଗୀତା ପାତ୍ର କୋଭିଡ ଟିକା ଦେଇଥିବା ବେଳେ ଏଥିରେ ଡିଇଓ ଶ୍ରୀ ଗଣେଶ ବାବୁ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.