Odisha News

ଗଜପତି: ଗାରାବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତି କକ୍ଷ ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୪ : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରସୂତି କକ୍ଷ ଉଦଘାଟିତ ହୋଇଯାଇଛି ।
ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା: ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରସୂତି-କକ୍ଷକୁ ଉଦଘାଟନ କରିଥିଲେ ।
ନୂତନ ଭାବେ ନିର୍ମିତ ଏହି ପ୍ରସୂତି କକ୍ଷ କାର୍ଯ୍ୟକ୍ଷମ ହେବା ଦ୍ୱାରା ଗାରାବନ୍ଧ ଓ ଲାବଣ୍ୟଗଡ଼ ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମର ଗର୍ଭବତୀ ମାଆ ମାନେ ବିଶେଷ ଭାବେ ଉପକୃତ ହେବେ ।
ଏମିତି କି ଗର୍ଭବତୀ ମାଆ ମାନଙ୍କ ଏଠାରେ ରହିବା ବ୍ୟବସ୍ଥା ହୋଇଥିବା ସହ ଉପଯୁକ୍ତ ଚିକିତ୍ସା ମଧ୍ୟ ପାଇ ପାରିବେ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋସାଣୀ ବ୍ଲକ ବିଡ଼ିଓ ଶ୍ରୀ ନୀଳମାଧବ ମାଝୀ , ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା: ପତି ତପାବନ ବାରିକ , ଗାରବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡା: ପୂର୍ଣ୍ଣଚନ୍ଦ୍ର ପାତ୍ର , ବିପିଏମ ଶ୍ରୀ ଏମ: ଖଗେଶ୍ୱର , ଫାର୍ମାଶିଷ୍ଠ ଶ୍ରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ ଏବଂ ଅନ୍ୟ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.