ଗଜପତି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖଡସେଙ୍କ ଆକାଂକ୍ଷା ବ୍ଲକ୍ ଗୁମ୍ମାର ବିଭିନ୍ନ ଗ୍ରାମକୁ ପରିଦର୍ଶନ ଓ ସମୀକ୍ଷା
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୧ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖଡସେ ଆଜି ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଗୁମ୍ମାର୍ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସେଠାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ପରିଦର୍ଶନ କରିଥିଲେ ।
ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇ ଜିଲ୍ଲାର ଆକାଂକ୍ଷା ବ୍ଲକ୍ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସହାୟତାରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖାଡସେ ପ୍ରଥମେ ଗୁମ୍ମା ବ୍ଲକର ମୁନିଶିଂ ଠାରେ ପହଞ୍ଚି ସେଠାରେ ଏସଏଚଜି ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଜିନିଷ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ପରେ ମୁନିସିଂ ଗ୍ରାମରେ ହୋଇଥିବା ରବର୍ ପ୍ରକ୍ରିୟାକରଣ ୟୁନିଟ ଏବଂ ରବର ଚାଷ ବୁଲି ଦେଖି ଚାଷୀ ହିତାଧିକାରୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।
ତାପରେ ରାଷ୍ଟ୍ରମନ୍ତ୍ରୀ ତରଙ୍ଗଡା ପଞ୍ଚାୟତ ରେଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସେଠାକାର କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଅନୁକୁଣ୍ଡା ଗୁଡ଼ା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛୋଟ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।
ସେଠାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନ୍ୟୁଟ୍ରିସନ୍ ଥଇଥାନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।
ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।
ସାମ୍ବାଦିକ ମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଖାଡସେ ତାଙ୍କର ଏହି ଗ୍ରସ୍ତ ସମ୍ପର୍କରେ ଅଧିକ ସୁଚନାଦେଇ କହିଥିଲେ ଯେ , ମୋର ଏହି ଗ୍ରସ୍ତ ଅତ୍ୟନ୍ତ ସନ୍ତୋଷ ଜଣକ ଥିଲା ।
ଏସଏଚଜି: ମହିଳା , ଅଙ୍ଗନବାଡି ଛୋଟ ପିଲା ଓ ରବାର ଚାଷୀ ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ଏଠାରେ ସବୁ ଅଛି , ଯାହା ଦେଖାଯାଉଛି , ଏଠାରେ ବିକାଶ ମୂଳକ କାର୍ୟ୍ୟ ଚାଲିଛି । ଲୋକମାନେ ମଧ୍ୟ ବାର୍ତ୍ତାଳାପ ବେଳେ କହିଥିଲେ ଯେ , ପୂର୍ବରୁ ଏଠାରେ ବିକାଶ କିଛି ନ ଥିଲା
କିନ୍ତୁ ବର୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ କାର୍ଯ୍ୟକ୍ରମ ଚାଲିଛି ଏବଂ ଲୋକଙ୍କ ଜୀବନ ଧାରଣାରେ ଉନ୍ନତି ଆସିଛି ।
ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା କାର୍ଯ୍ୟକ୍ରମ ଠିକଠାକ ଚାଲିଛି , ଏଥିରେ ମୁଁ ସନ୍ତୋଷ ପ୍ରକାଶ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସାହାର୍ଯ୍ୟ ଦରକାର ମୁଁ ସେଥିପାଇଁ ପ୍ରୟାସ କରିବି ।
ଗଜପତି ଜିଲ୍ଲାରେ ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇବି । କ୍ରୀଡାର ଭିତ୍ତିଭୂମି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସମ୍ଭବ ହୋଇପାରିବ ମୁଁ ସେଥିପାଇଁ ପ୍ରୟାସ କରିବି ।
ଅନ୍ୟପକ୍ଷରେ ରବର ଚାଷ ଏଠାରେ ଭଲ ଚାଲିଛି । ଆହୁରି ଅଧିକ ଭଲ ଭିତ୍ତିଭୂମି ଯେଭଳି ସୁଦୃଢ଼ ହୋଇପାରିବ ସେଥିପାଇଁ କୌଣସି ଏକ ଯୋଜନା ମାଧ୍ୟମରେ କରାହେବ , ଯାହା ଫଳରେ ରବର୍ ଚାଷୀ ଅଧିକ ଲଭାନ୍ଵିତ ହୋଇପାରିବେ ବୋଲି କହିଥିଲେ ।
ରାଷ୍ଟ୍ରମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ବେଳେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ , ଆକାଂକ୍ଷା ବ୍ଲକ୍ ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ଏସପି ଶ୍ରୀ ଯତୀନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ରହିଥିଲେ ।