Odisha News

ଗଜପତି: କେନ୍ଦ୍ର ସରକାରଙ୍କ ଗରିବ ହିତାଧିକାରୀଙ୍କୁ ୧୦ କେଜି ବଦଳରେ ୫ କେଜି: ଚାଉଳ ଦେଉଥିବା ପ୍ରତିବାଦରେ ଜିଲ୍ଲା ବିଜେଡି ପକ୍ଷରୁ ଗଣଧାରଣା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୨:କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ହିତାଧିକାରୀଙ୍କୁ ୧୦ କେଜି ବଦଳରେ ୫ କେଜି: କାଟି ୫ କେଜି ଚାଉଳ ଦେଉଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସମ୍ମୁଖରେ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟି ଦେଇ ଗରିବଙ୍କ ପେଟ ସହ ପଖାଳ କଂସା ଉପରେ ଲାତ ମାରିଲା ଭଳି ନୀତି କରିଛନ୍ତି , କେନ୍ଦ୍ର ସରକାରଙ୍କ ଏଭଳି ମାରଣ ନୀତି ଗରିବଙ୍କ ହସ ଉଡ଼ାଇ ଦେଇଛି ବୋଲି କହି ତୀବ୍ର ସମାଲୋଚନା କରିଥିଲେ ।।
ଆୟୋଜିତ ବିକ୍ଷୋଭ ତଥା ଗଣଧାରଣା ସଭାରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଓ ପାରଳା ପୌର ଆଧ୍ୟକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ବହୁ ବିଜେଡି ନେତା ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଗରିବ , ଚାଷୀ ମୂଲିଆ ମାରଣ ନୀତି ଉପରେ ଗର୍ଜି ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ନେତୃତ୍ୱ ଓ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶ୍ରୀ ବସନ୍ତ ଦାସ , ଲକ୍ଷ୍ମୀ ପରିଛା , ଇଂ ରୂପେଶ ପାଣିଗ୍ରାହୀ , ଜମିଦାର ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାର\’ଙ୍କ ଗରିବ ମାରଣ ନୀତି ଉପରେ ବର୍ଷି ଥିଲେ ।
ଏହି ଅବସରରେ ଦେଶର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା\’ଙ୍କ ଜରିଆରେ ଏକ ସ୍ମାରକପତ୍ର ଭିନ୍ନ ଭିନ୍ନ ଭାବେ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଦଳୀୟ ନେତା , କର୍ମୀ ଓ ଗରିବ ହିତାଧିକାରୀ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.