Odisha News

ଗଜପତି: ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି , ପରିଚାଳନା ଓ ପ୍ରଶମନ ଦିବସ ଏବଂ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୦ : ପାରଳାଖେମୁଣ୍ଡି ଠାରେ ଆସନ୍ତା କାଲି ଅର୍ଥାତ ୨୯ ତାରିଖ ଦିନ ଜିଲ୍ଲାସ୍ତରୀୟ ଓଡିଶା ପ୍ରାକୃତିକ ବିପର‌୍ୟ୍ୟୟ ପ୍ରସ୍ତୁତି , ପରିଚାଳନା ଓ ପ୍ରଶମନ ଦିବସ ଏବଂ ଆସନ୍ତା ନଭେମ୍ବର ୩ ତାରିଖ ଦିନ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୨୯ ତାରିଖ ଦିନ ଆର:ସେ:ଟି: ସମ୍ମିଳନୀ କକ୍ଷ ଠାରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି, ପରିଚାଳନା ଓ ପ୍ରଶମନ ଦିବସ ପାଳନ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହି କାର୍ଯ୍ୟକ୍ରମ ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।
ସେହିପରି ଆସନ୍ତା ନଭେମ୍ବର ୩ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ସେହି ଆର:ସେ:ଟି: ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହି ଉପଲକ୍ଷେ ମଧ୍ୟ ଆଜି ସଂପୃକ୍ତ ବିଦ୍ୟାଳୟରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।
ଆସନ୍ତା ନଭେମ୍ବର ୩ ତାରିଖ ଦିନ ଉକ୍ତ ଦିବସ ପାଳନ ଉପଲକ୍ଷେ ଆର୍ ସେ ଟି ସମ୍ମିଳନୀ କକ୍ଷାଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସଭା କାର୍ଯ୍ୟକ୍ରମରେ ସେହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ଜିଲ୍ଲା ପ୍ରଶାସନିକ ସ୍ତରରେ ସୂଚନା ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଓ ଇଂରାଜୀ ବକୃତା ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ବିଛିତ୍ର ନନ୍ଦ ଗନ୍ତାୟତ ଏବଂ ଶ୍ରୀମତୀ ସୁଲତା ଶୁଭଦର୍ଶୀନୀ ପ୍ରମୁଖ ଥିଲେ ।
ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଶ୍ରୀ ଜିକୁରୀୟ ଶବର ଓ ଶ୍ରୀମତୀ ହିନ୍ମୟୀ ନାୟକ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ ।
ଏହି ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ମହାରଜା ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
ଏହି ଉଭୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.