Odisha News

ଗଜପତି: ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିୀପୋର୍ଟ
ଗଜପତି, ୯/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲା ।
ପରେ ଏକ ସଚେତନତା ସଭା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତ ସଭାପତିତ୍ବ କରି ଆଦିବାସୀ ମାନଙ୍କୁ ଏକତ୍ରିତ କରିବା ପାଇଁ ଏବଂ ଆଦିବାସୀ ମାନଙ୍କୁ ଭାଗ ଭାଗ କରାଯାଇ ସେମାନଙ୍କୁ ଯେଉଁ ଶୋଷଣ କରାଯାଉଛି , ସେଥିରୁ ସେମାନେ କିଭଳି ମୁକ୍ତି ପାଇବେ ସେ ଦିଗରେ ସଚେତନ କରିବା ପାଇଁ ଆଜି କ୍ରାନ୍ତିକାରୀ ଦିବସ ସହ ବିଶ୍ଵ ଆଦିବାସୀ ଦିବସ ପାଳିତ ହେଉଛି ବୋଲି କହିଥିଲେ ।
ଅନ୍ୟପକ୍ଷରେ ମୂଳ ଆଦିବାସୀ ମାନଙ୍କ ଠାରୁ ଆରମ୍ଭ କରି ଆଦିବାସୀ ମାନେ ବର୍ଷ ବର୍ଷ ଧରି ଶାସିତ ଓ ଶୋଷିତ ହୋଇ ଆସିବା ସହ କର୍ମ ଓ ଜାତି ବିଭାଜନର ଶିକାର ହୋଇ ଆସୁଛନ୍ତି ।
ଏମିତିକି ଭାରତ ବର୍ଷରେ ୬୭୪୩ ପ୍ରଜାତିରେ ଭାଗ ଭାଗ କରି ଆମ ଆଦିବାସୀ ମାନଙ୍କୁ ଶାସକ ବର୍ଗ ଆମଠାରୁ ଢେର କମ ହୋଇଥିଲେ ମଧ୍ୟ ଆମକୁ ସେବା ନାମରେ ଶାସନ , ଶୋଷଣ ଲୁଣ୍ଠନ ଓ ଭ୍ରଷ୍ଟାଚାର କରାଯାଉଛି ବୋଲି କହି ଭାରତ ଛାଡ ଆନ୍ଦୋଳନ ଓ କ୍ରାନ୍ତିକାରୀ ଦିବସର ବିଭିନ୍ନ ଦିଗ ଉପରେ କହିଥିଲେ ।
ଆଗାମୀ ଦିନରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଭାଜିତ ମନୋଭାବ ନ ରଖି ଏବଂ ରାଜନୈତିକ ସ୍ୱାର୍ଥରୂ ଉର୍ଦ୍ଧ୍ବରେ ରହି ଶୋଷଣ ମୁକ୍ତ ସଂଗ୍ରାମରେ ଏକାଠି ହୋଇ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଆଦିବାସୀ ମାନଙ୍କ ବିଭିନ୍ନ ଦାବି ଯଥା:- ସେମାନଙ୍କ ବିଭିନ୍ନ ଯଥୋଚିତ ହକ ସେମାନଙ୍କୁ ଯୋଗାଇ ଦେବା ଉପରେ ଦୋହରାଇ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା କମିଟିର ଶ୍ରୀ ସୁନାମ ମଣ୍ଡଳ , କ୍ଷେତ ମଜଦୂର ୟୁନିଆନ ରାଜ୍ୟ କମିଟିର ଶ୍ରୀ ଗୋକୁଳ ବେହେରା , ଦଳିତ ନେତା ମୋହିତ ମିଶାଲ , ଓଡ଼ିଶା କୃଷକ କ୍ଳବ୍ ସମ୍ପାଦକ ଶ୍ରୀ ଅନାମ ମଣ୍ଡଳ ଓ କୃଷକ ନେତା ଶ୍ରୀ ଏମ: ବାଙ୍ଗାରୀ , ଯୁବନେତା ଶ୍ରୀ ଶ୍ରିନୁ ବେହେରାଙ୍କ ସମେତ ମାଳତୀ ଶବର , ଫିଲାମାନ ଶବର , ଗୋଷିନ ମଣ୍ଡଳ ଏବଂ ବାସରା ଶବର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.