Odisha News

ଗଜପତି: ଓଡ଼ିଶାର ସ୍ଥାୟୀ ରଙ୍ଗମଞ୍ଚର ପ୍ରାଣ ପ୍ରତିଷ୍ଠାତା ତଥା ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବିତା ପାଠୋତ୍ସବ , ଆଲୋଚନା ଚକ୍ର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୨: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସ୍ଥାୟୀ ରଙ୍ଗମଞ୍ଚର ପ୍ରାଣ ପ୍ରତିଷ୍ଠାତା ତଥା ପାରଳାର ଯୁଗଜନ୍ମା ତଥା ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବିତା ପାଠୋତ୍ସବ , ଆଲୋଚନା ଚକ୍ର ଓ ପୁସ୍ତକ ଲୋକାର୍ପଣ ସମେତ “ଆମ ଗାଁ- ଆମ ସାହିତ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟାପିକା ଶ୍ରୀମତୀ ଶୁଭ୍ରା ପଟନାୟକ ଅଧ୍ୟକ୍ଷତା କରିଥିଲେ ଏବଂ କବି ଶ୍ରୀମତୀ ଭବାନୀ କର ଓ କବି ଶ୍ରୀମତୀ ବବିତା ପୁରୋହିତ କବିତା ପାଠ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଏଥିରେ ପାରଳା ମାଟିର ମହକ ଓ ନାଟ୍ୟକାର ଆପନ୍ନା ପରିଛାଙ୍କ ବିଭିନ୍ନ ଦିଗ ସମ୍ପର୍କିତ ଉପରେ ୪୦ ରୁ ଉର୍ଦ୍ଧ୍ବ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ।
ଦ୍ଵିତୀୟ ଅଧିବେଶନରେ ଆୟୋଜିତ ସାରସ୍ଵତ କାର୍ଯ୍ୟକ୍ରମରେ ଦେଶଭକ୍ତ ତଥା ନାଟ୍ୟକାର ଆପନ୍ନା ପରିଛା\’ଙ୍କ ସ୍ମୃତି ଚାରଣ ସମ୍ପର୍କିତ ଆଲୋଚନା ଚକ୍ର , ସମ୍ଭର୍ଦ୍ଧନା ପର୍ବ ଓ ପୁସ୍ତକ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସାରସ୍ବତ ସଭା କାର୍ଯ୍ୟକ୍ରମ , ଆପନ୍ନା ପରିଛା ସ୍ମୃତି ସଂସଦ\’ର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ\’ର ପୂର୍ବତନ ଗଜପତି ଜିଲ୍ଲା ସଦସ୍ୟ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଭୁବନେଶ୍ୱରରୁ ପ୍ରକାଶିତ “ସମଦୃଷ୍ଟି” ମେଗାଜିନର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ବିଘ୍ନେଶ୍ୱର ସାହୁ ଏବଂ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ପ୍ରମୁଖ ଯୋଗଦେଇ ନାଟ୍ୟକାର ଆପନ୍ନା ପରିଛା ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଓଡ଼ିଆ ନାଟ୍ୟ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ ।
ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ ବିଜୟ ବସନ୍ତ , ସୀତା ବନବାସ , ନବଲିଳା ବିଳାସ , ଗୋଷ୍ଠ ମିଳନ , ମାନସଭଞ୍ଜ , ରାଧାକୃଷ୍ଣ ପ୍ରଣୟ ପ୍ରଭୃତି ରଚନା କରି ଏକ ମହା ଉପହାର ଦେଇ ଯାଇଛନ୍ତି । ଭାଷାଭିତ୍ତିରେ ସେ ସ୍ୱତନ୍ତ୍ର ଓଡିଶା ଗଠନର ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ ଓ ଫକୀର ମୋହନ ସେନାପତିଙ୍କ ସହ ସେ କାନ୍ଧରେ କାନ୍ଧ ମିଶାଇ ଲକ୍ଷ ପଥରେ ଆଗେଇ ଯାଇଥିଲେ , ତେଣୁ ଏଭଳି ଏକ ମହାନ ଦେଶଭକ୍ତ ସର୍ବଦା ଚୀର ସ୍ମରଣୀୟ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , କବି ଓ ସାହିତ୍ୟିକ ଶ୍ରୀ ନରସିଂହ ପଟନାୟକ-ବିଶାଖାପାଟଣା ଏବଂ ବିଶିଷ୍ଟ ସାହିତ୍ୟିକ , ଐତିହାସିକ ଓ ଗବେଷକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଦେଶ ମିଶ୍ରଣ ଓ ରଇତ ଆନ୍ଦୋଳନରେ ଆପନ୍ନା ପରିଚ୍ଛାଙ୍କ ପୂର୍ଣ୍ଣ ସହଯୋଗର ଅବଦାନ କୃତି ସମ୍ପର୍କରେ କହିବା ସହ ସେ ରୀତି ଯୁଗର ସାହିତ୍ୟ ପରମ୍ପରାକୁ ଆଧୁନିକ ନାଟ୍ୟ ପରମ୍ପରାରେ ଜୀବନ୍ତ କରିଥିବା ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି କହି ଜାତୀୟ ଆନ୍ଦୋଳନ ସମେତ ଉତ୍କଳ ପ୍ରଦେଶ ଗଠନ ଦିଗରେ ଦେଶଭକ୍ତ ନାଟ୍ୟକାର ଅପନ୍ନା ପରିଛାଙ୍କ ସକ୍ରିୟ ଭୂମିକା ସର୍ବଦା ଚିରସ୍ମରଣୀୟ ଏବଂ ନାଟ୍ୟକାର ଆପନ୍ନା ପରିଛା ଏକଧାରାରେ ଜଣେ ପଣ୍ଡିତ , ସଂସ୍କୃତିପ୍ରେମୀ , ନାଟ୍ୟକାର ଯୋଗଜନ୍ମା , ଅମ୍ଲାନ ପ୍ରତିଭାଧାରୀ , ପ୍ରଜ୍ଞା ଓ ବୀର ପୁରୁଷ , ଓଡ଼ିଆ ଭାଷା ଓ ଜାତିପ୍ରାଣ , ଦେଶଭକ୍ତ , ବିପ୍ଲବୀ, ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଥିଲେ ବୋଲି ବକ୍ତବ୍ୟ ରଖି ସେ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟର ପ୍ରାଣ ପ୍ରତିଷ୍ଠାତା ଓ ତାଙ୍କର ସ୍ଵତନ୍ତ୍ର ନାଟ୍ୟଶୈଳି ପ୍ରତିଭା ଉପରେ କହି ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଅନୁଷ୍ଠିତ ସାରସ୍ବତ କାର୍ଯ୍ୟକ୍ରମର ସମ୍ଭର୍ଦ୍ଧିତ ପ୍ରତିଭା ଭାବେ ଭୁବନେଶ୍ୱରରୁ ପ୍ରକାଶିତ “ସମଦୃଷ୍ଟି” ମେଗାଜିନର କାର୍ଯ୍ୟ ନିର୍ବାହୀ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ବିଘ୍ନେଶ୍ୱର ସାହୁଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , “ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସମ୍ମାନ-୨୦୨୪” ରେ ସମ୍ମାନିତ କରିଥିଲେ। ।
ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ସ୍ବତନ୍ତ୍ର ଅତିଥି ତଥା ସମ୍ଭର୍ଦ୍ଧିତ ପ୍ରତିଭା ଶ୍ରୀ ବିଘ୍ନେଶ୍ୱର ସାହୁଙ୍କ ଲିଖିତ “ସ୍ୱାଭିମାନୀ ଆପନ୍ନା ପରିଛା ଓ ପାରଳାର ଐତିହ୍ୟ ସଂସ୍କୃତି” ସମ୍ପର୍କିତ ପୁସ୍ତକ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ।
ସେହିଭଳି ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁମୁଖି ତଥା ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ର ଶ୍ରୀ ହର ପ୍ରସାଦ ନାଗବଂଶଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ର ଭାବେ ଉପଢୌକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମୁରଲୀ ଧର ପରିଛା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ସେହିଭଳି ଏହି ସାରସ୍ବତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ବାନ କରିବା ସହ ସ୍ଵାଗତ ସମ୍ଭାଷଣ ଦେଇଥିଲେ ସ୍ମୃତି ସଂସଦର ସଭ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ତନୁଜା ଶତପଥୀ ।
ଏହି ସମସ୍ତ କାର୍ଯ୍ୟକ୍ରମରେ , ଶ୍ରୀମତୀ ପ୍ରଭାବତୀ ପଟନାୟକ , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ସଂଗୀତା ପାତ୍ର , ତ୍ରିପତି ପ୍ରସାଦ ପଣ୍ଡା , ଜଗନ୍ନାଥ ପଟ୍ଟନାୟକ , ଅଞ୍ଜନା ପଟନାୟକ , ସଚଳା ପାତ୍ର ଏବଂ ଶ୍ୟାମ ସୁନ୍ଦର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ , ଏହି ମନୋଜ୍ଞ ପରିବେଶ ଭରା ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି , ଲେଖକ , ସାହିତ୍ୟିକ , ସଂଗୀତଜ୍ଞ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.