Odisha News

ଗଜପତି: ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୮: ଦେଶବ୍ୟାପୀ ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଭାଇଭଉଣୀଙ୍କ ଅତୁଟ ସ୍ନେହର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହେଉଥିବା ବେଳେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଏହିପର୍ବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
ରକ୍ଷାବନ୍ଧନ ହେଉଛି , ଭାଇଭଉଣୀଙ୍କ ଅନନ୍ୟ ସ୍ନେହ- ମମତା ବନ୍ଧନର ପ୍ରତୀକ , ତେଣୁ ଏହା ଉଭୟଙ୍କ ସ୍ନେହ ଓ ପରସ୍ପରର ବିଶ୍ୱାସକୁ ସୁଦୃଢ଼ କରିଥାଏ ।
ଭାଇ ହାତରେ ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧିଥାଏ ଭଉଣୀ , ଏହାର ପ୍ରତି ବଦଳରେ ଭାଇ , ଭଉଣୀକୁ କୌଣସି ପ୍ରକାରେ ହେଲେ ମଧ୍ୟ ଉପହାର ଦେଇ ତାର ଦୀର୍ଘ ଜୀବନର ସୁରକ୍ଷା ଦିଗରେ ପ୍ରତିଶ୍ରୁତି ବଦ୍ଧ ହେବା ସହ ଦୀର୍ଘ ଜୀବନର ମଙ୍ଗଳ କାମନା କରିଥାଏ।
ଛୋଟରୁ ବଡ ପର୍ଯ୍ୟନ୍ତ ଭଉଣୀ ତାର ଭାଇକୁ ହଳଦୀ ଚାଉଳ ମୁଣ୍ଡରେ ପକାଇ ଦୀପ ଲଗାଇ ସିନ୍ଦୂର ଚନ୍ଦନ ଦେଇ ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ ।
ପାରଳାଖେମୁଣ୍ଡି ଉପାନ୍ତ ଶ୍ରୀକ୍ଷେତ୍ରରେ ମଧ୍ୟ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଆଜି ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ନିତିକାନ୍ତି ଅନୁଷ୍ଠିତ ହେବା ସହ ଶ୍ରୀଜୀଉଙ୍କ ଅନନ୍ୟ ପର୍ବ ଝୁଲଣ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହିଳା ମାନେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପୂଜକଙ୍କ ଦ୍ୱାରା ରାକ୍ଷୀ ପିନ୍ଧାଇ ଥିଲେ।
ସେହିଭଳି ସନ୍ଧ୍ୟା ସମୟରେ ଶ୍ରୀଜୀଉ ମାନଙ୍କ ଝୁଲଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.