Odisha News

ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୫/୬: ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ କାର‌୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମଙ୍ଗଳବାର ଦିନ ସକାଳ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇ ସେନାପଟା ଲାଗି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ହୋଇ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ ପଶିନୀ ପହଣ୍ଡି କାର‌୍ୟ୍ୟକ୍ରମ ସମ୍ପନ୍ନ ହେବା ପରେ ବଡ଼ ଠାକୁରଙ୍କ ଦକ୍ଷିଣ ଆଳତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ମାଟି କଳସିରେ ସୁବାସିତ ଚନ୍ଦନ ଜଳ ଦ୍ୱାରା ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ ଲେଖାଏଁ ପଇଡ଼ ଜଳରେ ସ୍ନାନ କରା ଯାଇଥିଲା ।
ଶ୍ରୀମନ୍ଦିରର ସମସ୍ତ ସେବାୟତ ମାନଙ୍କ ଦ୍ୱାରା ଏହି ଦେବସ୍ନାନ କାର‌୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ବର୍ଷକେ ମାତ୍ର ଥରେ ଏହି ଦିନର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବଡ ଠାକୁର ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରୁଥିବା ଯୋଗୁଁ ଏହି ପବିତ୍ର ଆଧ୍ୟତ୍ମିକ ପରିବେଶ ମୟ ମହାପ୍ରଭୁଙ୍କ ପ୍ରଥମ ସ୍ନାନ-ଲୀଳା କାର‌୍ୟ୍ୟକ୍ରମ ଦର୍ଶନ କରିବା ପାଇଁ ପହିଲି ରଜ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.