Top Stories

ଗଜପତି: ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୋର ପେଡ ମୋର ଅଧିକାର” ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୯ : ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି: ତାଲିମ କେନ୍ଦ୍ର ଠାରେ ନାବ ଫାଉଣ୍ଡେସନ/ନାବାର୍ଡ ସହାୟତାରେ ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ” “ମାଏ ପେଡ ମାଏ ରାଇଟ” ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର , ଖାରଡା , ହାଡୁଭାଙ୍ଗି, ସିଦ୍ଧାମଡଙ୍ଗ ଓ ରାଣୀପେଣ୍ଠା
ପ୍ରଭୃତି ପଞ୍ଚାୟତର ସମସ୍ତ ଏସ.ଏସ.ଜି , ଓଏଲଏମ ଓ ମିଶନଶକ୍ତିର ସମସ୍ତ ସି.ଆରପି: , କୃଷୀମିତ୍ର ଓ କାର୍ଯ୍ୟକାରୀ କମିଟିର ସଦସ୍ୟା ମାନେ ଉପସ୍ଥିତ ଥିଲେ।
କେ: ସିତାପୁର ପଞ୍ଚାୟତର “ମା ବିନ୍ଧ୍ୟବାସିନୀ” ଏସଏସଜି: ଦ୍ଵାରା “ମାଇ ପେଡ ମାଇ ରାଇଟ” କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ହେବାପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସିଇଓ: ଡ଼ଃ ଗୁଣନିଧି ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିଏମଓ( ପରିବାର କଲ୍ୟାଣ) ଡ଼ାଃ ମହେନ୍ଦ୍ର ଭୂୟାଁ , ସିଇଓ: ଓରମାସ ଶ୍ରୀ ସୁଜନ କୁମାର ଜେନାମଣି ,
ଜିଲ୍ଲା ନାବାର୍ଡର ଡିଡିଏମ: ଶ୍ରୀ ପ୍ରତୀକ ପଣ୍ଡା , ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ , ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଡିଏଲଓ: ଡ଼ଃ ଆରକେ: ମହାପାତ୍ର ଏବଂ କାଶୀନଗର ମଶନଶକ୍ତି ବିପିସି: ଶ୍ରୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଆରକେଏସଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ଅବସରରେ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକାରିତା ହେଉଥିବା କାର୍ଯ୍ୟକ୍ରମ ଏବଂ ନାବ ଫାଉଣ୍ଡେସନ ଦ୍ବାରା ଅବସ୍ଥାପିତ “ମାଇ ପେଡ ମାଇ ରାଇଟ” କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଜିଲ୍ଲା ପଞ୍ଚାୟତ ସିଡିଏ: କହିଥିଲେ ଯେ , ପରିବାରର ମୁଖ୍ୟ ହେଉଛି ନାରୀ , ନାରୀ ସମ୍ବେଦନଶୀଳ , ସହନଶୀଳତା ଓ ଧୈର‌୍ୟ୍ୟର ପ୍ରତୀକ । ତେଣୁ ନାରୀକୁ ସମ୍ମାନ ତଥା ମର୍ଯ୍ୟଦା ଦେଇ ଏହି ମୋର “ମୋର ପେଡ ମୋର ଅଧିକାର” ନିଜ ଘରେ ସଚେତନ କରାଇବା , ପେଡ\’ର ବ୍ୟବହାର ଓ ତାର ସଫାସୁତୁରା କରାଇବା ପ୍ରଭୃତି ଉପରେ ନିଜ ଗ୍ରାମ ଓ ପଞ୍ଚାୟତ ସ୍ତରରେ କିଭଳି ସଚେତନ କରା ଯାଇପାରିବ , ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

 ଜିଲ୍ଲା ପରିଷଦ୍ ମହିଳା ଶସକ୍ତିକରଣ ,ଆର୍ଥିକ ସ୍ଥିତି, ପେଡର ବ୍ୟବହାର , ବଜାରୀକରଣ ପ୍ରଭୃତି ଆଦିବାସୀ ବହୁଳ ଗଜପତି ଜିଲ୍ଲାର ୫ ଟି ବ୍ଲକାଞ୍ଚଳରେ ଏହି କାର‌୍ୟ୍ୟକ୍ରମ କିଭଳି ପ୍ରସାର କରାଯିବ , ତାହା ଆନୁଷ୍ଠାନିକ ଭାବେ ପ୍ରସାର ନିମନ୍ତେ ନାବାର୍ଡକୁ ଅନୁରୋଧ କରିଥିଲେ ।

ଡିଡିଏମ୍ ନାବାର୍ଡ ନାବଫାଉଣ୍ଡେସନର କାର‌୍ୟ୍ୟକ୍ରମ ଏହା କିପରି ଓଡ଼ିଶାର ସମ୍ବଲପୁର ଠାରୁ ଆରମ୍ଭ କରି
ଗଜପତି ଜିଲ୍ଲାରେ ଏହାର ପ୍ରସାରକୁ ଅଧିକ ଗୁରୁତ୍ଵ , ଓରମାସ ଦ୍ଵାରା ବଜାରୀକରଣ ଓ ପେଡର ବ୍ୟବହାର କରାଯାଇ ଗ୍ରାମ ସ୍ତରରେ ଏହାର ପ୍ରସାର କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ ।
ମାଇ ପେଡ ମାଇ ରାଇଟ” ବଜାରୀକରଣ , ଗଜପତିର ସୁରକ୍ଷା , ପେଡର ସାମ୍ପଲ ଓ ଏକ ଡେମୋ ପରୀକ୍ଷଣ କରାଯାଇ କମ୍ପାନୀ ପେଡ ଓ ମାଇ ପେଡର ଗୁରୁତ୍ବ ଉପରେ ବୁଝା ଯାଇଥିଲା ।
ତାଲିମ ଦାତା ଶୁଭଶ୍ରୀ ମହୁଲିଆ ପ୍ରାଞ୍ଜଳ ଭାବେ ପରୀକ୍ଷଣ କରି ବୁଝାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା \”ମାଇ ପେଡ ମାଇ ରାଇଟ”ର ପ୍ରସାର , ମହିଳା ଓ କିଶୋରୀ ବାଳିକା , ପ୍ରସୂତି ମହିଳାଙ୍କ ସଚେତନତା , ସଫାସୁତୁରା , ମହିଳାଙ୍କ ବ୍ୟକ୍ତିଗତ ପରିସର , ମାସିକ ଋତୁସ୍ରାବ ସମୟରେ ପେଡର ବ୍ୟବହାର , ମାସିକ ୩ରୁ ୪ ଟି ପେଡର ବ୍ୟବହାର କରାଯିବା ବିଷୟରେ ଗୃତ୍ଵ ଦେଇଥିଲେ ।
ଡ଼ାକ୍ତରଖାନାରେ ବର୍ଜ୍ୟବସ୍ତୁ , ପେଡ ନିମନ୍ତେ ହଳଦିଆ ଡଷ୍ଟବିନର ବ୍ୟବହାର , ବ୍ୟବହାର ପେଡ ନ ପୋଡ଼ି ତାକୁ ୫ ଫୁଟ ଗାତ ଖୋଳି ସେଥିରେ ପକାଇ ପୋଡ଼ି ଦେଇ ମାଟି ଫିଲିଙ୍ଗ କରିଦେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସରକାରଙ୍କୁ , ଖୁସିପ୍ୟାଡ ଓ ସଂକ୍ରମିତ ମହିଳାଙ୍କ ଦ୍ଵାରା ରୋଗ କିପରି ବ୍ୟାପୁଛି , ସେ ସମ୍ପର୍କରେ ବୁଝାଇଥିଲେ ।
ଶେଷରେ ଡିପିସି: ଶ୍ରୀ ଟିମନ ବାରା ଓ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରାବଣ କୁମାର ପ୍ରଧାନ ଉପସ୍ଥିତ ରହି ମହିଳା ମାନଙ୍କ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମର ସଚେତନତା ବାର୍ତ୍ତା କିପରି ପ୍ରସାର କରାଯାଇପାରିବ ସେ ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିଥିଲେ ।
ଶେଷରେ ଆରକେଏସଏସ: ଅନୁଷ୍ଠାନର କର୍ମଚାରୀ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.