Odisha News

ଗଜପତି: ଆଭାଷି ମାଧ୍ୟମରେ ଛାତ୍ର ଦିବସ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୧୦ : ପୂଜ୍ୟପୂଜା ଅନୁଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ବର୍ଗ ତଥା ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭାରତ ରତ୍ନ ଆବଦୁଲ୍ କାଲାମଙ୍କ ଜନ୍ମ-ତିଥିରେ ଆଭାସି (ଭର୍ଚୁଆଲ) ମାଧ୍ୟମରେ ଆଲୋଚନା କାର୍ଯ୍ୟକ୍ରମ ଆବାହକ ତଥା ଅଧ୍ୟକ୍ଷ ଭାଗବତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଅନୁଷ୍ଠିତ ସମସ୍ତ କାର୍ଯକ୍ରମକୁ ସଂଯୋଜନା କରିଥିଲେ ।
ସାମ୍ପ୍ରତିକ ସମୟରେ ଶିକ୍ଷା-ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଗୁରୁତ୍ଵ ଏବଂ ମୁଖ୍ୟ ଭୂମିକା ଉପରେ ବିଷଦ ଭାବେ ଆଲୋଚନା କରା ଯାଇଥିଲା ।
ପରିଶ୍ରମ , ଚରିତ୍ର ଗଠନ , ସାଧନା , ପୂଜ୍ୟପୁଜା , ନୀୟମାନୁବର୍ତ୍ତିତା , ଶୃଙ୍ଖଳା ପ୍ରଭୃତିକୁ ପାଥେୟ କରି ଯୁବପିଢୀ ନିଜ ସୁନେଲି ସ୍ବପ୍ନକୁ ସଜାଡିବାକୁ ପଡ଼ିବ ବୋଲି ଆଲୋଚକ ଗଣ ମତବ୍ୟକ୍ତ କରିଥିଲେ ।
ଅଧ୍ୟାପକ ଶ୍ରୀ ସୌଦାଗର ସିଅ , ଶିକ୍ଷୟତ୍ରୀ ଅଞ୍ଜନା ପଟ୍ଟନାୟକ , ଛାତ୍ରୀ ପାୟଲ ପାତ୍ର , ରୂପାଲି ରଥ , ଛାତ୍ର ଶ୍ରୀ ଲଗ୍ନଜିତ୍ ମହାନ୍ତି , ଶ୍ରୀ ଶ୍ରୀନୁ ମହାପାତ୍ର , ରାଜେଶ୍ୱରୀ ସ୍ୱାଇଁ , ସୂତାପା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ଶ୍ରୀ ଭାଗବତ ପାଢ଼ୀ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Related Posts

Seo wordpress plugin by www.seowizard.org.