ଗଜପତି : ଆନ୍ତର୍ଜାତୀୟ ଗ୍ରାହକ ଦିବସ- ୨୦୨୫ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୩ : ଆନ୍ତର୍ଜାତୀୟ ଗ୍ରାହକ ଦିବସ ୨୦୨୫ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ , ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସଭାପତି ଶ୍ରୀ ରକମ ଲୋକନାଥଙ୍କ ଅଧ୍ୟକ୍ଷତା ରେ , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ , ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଶ୍ରୀ ମୁରଲି ପରିଛା , ଶ୍ରୀ ଭଗବତ ପାଢ଼ୀ , ଶ୍ରୀ ଏମ: ବାଙ୍ଗାରୀ , ଶ୍ରୀ ବି: ଚଲପତି , ଶ୍ରୀ ମୋ ମିଶାଲ୍ ପ୍ରମୁଖ ଯୋଗଦେଇ ନିଜ ନିଜ ମନ୍ତବ୍ୟ ରଖିଥିଲେ ।
ମୁଖ୍ୟତଃ ଗ୍ରାହକର ମୌଳିକ ଅଧିକାର ଯେଉଁ ରହିଛି , ସେସବୁ ଅଧିକାର ସେମାନେ ପାଇବା ଦରକାର ବୋଲି କହି ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ ।
ଏ ସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଶାସନକୁ ଦେବା ପାଇଁ ନିଷ୍ପତ୍ତି ନିଆଯିବା ସମେତ ସ୍ମାର୍ଟ ମିଟର ଓ କିରାଣୀ ଚାର୍ଟ ବିଷୟରେ ଆଗାମୀ ଦିନରେ ସାତ ମାଇଲ ରେ ଲୋକ ସଚେତନା କାର୍ଯ୍ୟକର୍ମ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।
ଶେଷରେ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।