Odisha News

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୮: ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାଠାଗାର ପରିସରରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମଟି ପାଠାଗାର ଅନୁଷ୍ଠାନର ସଭାପତି ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
ଏହି ଆଲୋଚନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୌରହରି ପଟନାୟକ , ସଂପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପଟନାୟକ , ସହ ସଂପାଦକ ଶ୍ରୀ କୈଳାଶ ଚନ୍ଦ୍ର ପଟନାୟକ , ଉପଦେଷ୍ଟା କ୍ୟାପଟେନ ମଲ୍ଲିକାର୍ଜୁନ ପଟନାୟକଙ୍କ ସମେତ ଅନୁଷ୍ଠାନର ଶ୍ରୀ ଲକ୍ଷ୍ମିକାନ୍ତ ପଟନାୟକ , ଶ୍ରୀ ସଦାନନ୍ଦ ପଟନାୟକ ଓ ବୃନ୍ଦାବନ ପଣ୍ଡିତ ପ୍ରମୁଖ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅମୃତ ମହୋତ୍ସବର ମହତ୍ୱ ଉଦ୍ଦେଶ୍ୟ ଉପରେ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ , ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ ।

Related Posts

Seo wordpress plugin by www.seowizard.org.