Odisha News

ଗଜପତି:ସୁନେତ୍ର ଯୋଜନାରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୧୨: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସୁ-ନେତ୍ର ଯୋଜନା ଅନ୍ତର୍ଗତରେ ବିଦ୍ୟାଳୟ ସ୍ତରୀୟ ପିଲା\’ଙ୍କ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଶିକ୍ଷା କାର୍ଯ୍ୟକଳୟ ପକ୍ଷରୁ ଗୁରାଣ୍ଡୀ ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏନ: ବିମଲ , ବିଆରସି: ସବିତା ରଥ , ଗୁରାଣ୍ଡି- ଗୋଷ୍ଠୀ ଚିକିତ୍ସାଧିକାରୀ ଡାଃ ପତିତପାବନ ବାରୀକ ଓ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ୱାଇ: ଧର୍ମାରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଚକ୍ଷୁର ଯତ୍ନ ନେବା ସହ ସନ୍ତୁଳିତ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ସହ ମୋବାଇଲ ଅଧିକ ସମୟ ଚାରି ନ ଦେଖିବା ପ୍ରଭୃତି ଉପରେ ଉପାଦେୟ ପରାମର୍ଶ ଦେଇଥିଲେ। ।
ଏହି ଚକ୍ଷୁ ପରୀକ୍ଷା ଶିବିରରେ ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରାୟ ୨୦୦ ଜଣ ଛାତ୍ର ଓ ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇ ଔଷଧ ବଣ୍ଟନ କରାଯିବା ସହ ଓ ୬୮ ଜଣଙ୍କୁ ଚଷମା ଦେବା ନିମିତ୍ତ ସ୍ଥିର କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.