Odisha News

ଗଜପତି:ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଉପଲକ୍ଷେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୯: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଉପଲକ୍ଷେ ପାରଳାଖେମୁଣ୍ଡି ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ଦିବସ ପୂର୍ବକ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା: ପ୍ରଦୀପ କୁମାର ପାତ୍ର ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୨୦ ରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକ ରକ୍ତଦାନ କରିଥିବା ବେଳେ ଏଥିରେ ବହୁ ଦଳୀୟ ନେତା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଜିଲ୍ଲା ରକ୍ତଭଣ୍ଡାରର ଡାକ୍ତର ଏନ: ରବିବାବୁଙ୍କ ତତ୍ତ୍ଵାବଧାନରେ ଟେକନିସିଆନ ଶ୍ରୀ ଖଗେଶ୍ବର ବେହେରା ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା , ଏହି ସେବାପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଯଥା:- ବୃକ୍ଷ ରୋପଣ ଏବଂ ଗରିବ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ହେବା ପ୍ରଭୃତି କାର୍ଯ୍ୟକ୍ରମ ରହିଛି । ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଇଁ ସେବାପକ୍ଷ ପାଳନ କରାଯିବ କହିଥିଲେ ।
ଦେଶର ବିକାଶ ପାଇଁ ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଆଗାମୀ ଦିନରେ ଜାରୀ ରହିବ ଏବଂ ତାଙ୍କର ଦୂରଦୃଷ୍ଟି ଓ ପ୍ରେରଣାପୂର୍ଣ୍ଣ ନେତୃତ୍ୱ ଯୋଗୁଁ ଭାରତ ନୂଆ ଦିଗନ୍ତ ସ୍ପର୍ଶ କରିପାରିଛି ଯାହାକି , ଦେଶକୁ ପ୍ରତି କ୍ଷେତ୍ରରେ ବିକାଶ ଆଡ଼କୁ ନେବାରେ ତାଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ଉପସ୍ଥିତ ନେତା ଓ କର୍ମୀ ମାନେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ କେ: ଯୁବରାଜ , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ପି: କ୍ରାନ୍ତି , ରକ୍ତଦାନ ସଂଯୋଜକ ଶ୍ରୀ ଜେ: ଶେଖର , ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ ବରିଷ୍ଠ ନେତା ଶ୍ରୀ ଏମ ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.