Odisha News

ଗଜପତି:ବିଶିଷ୍ଟ କବି ସତ୍ୟନାରାୟଣ ମହାନ୍ତିଙ୍କ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୧ : ଗତକାଲି ପୂର୍ବାହ୍ନରେ ପାରଳାଖେମୁଣ୍ଡି ସ୍ଥିତ ନାଗାରମ୍ ପଲ୍ଲୀ ସାହି ବାସିନ୍ଦା ତଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଏହି ଦୁଃଖଦ ସମ୍ବାଦ ମିଳିବା ପରେ ସ୍ଥାନୀୟ ଉତ୍କଳ ହିତେଇଷିଣୀ ସମାଜ ସଭା ଗୃହରେ ସମାଜର ସମ୍ପାଦକ ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।
ହିତେଇସିନୀ ସମାଜର ସଭାପତି ଗୁରୁଗୈ।ରବ ଗୌର ଚନ୍ଦ୍ର ପଣ୍ଡା , ଯୁଗ୍ମ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗଦେଇ ସ୍ବର୍ଗତ କବିଙ୍କର ତିନୋଟି ଭାଷାର ସୃଜନ କବିତା ଗୁଡ଼ିକର ଆଲୋଚନା କରିଥିଲେ। ତାଙ୍କ ଜୀବନ କାଳରେ ଲେଖିଥିବା ପ୍ରାୟ ହଜାର ହଜାର କବିତା ଲେଖାର ସ୍ମୃତି ଚରଣ କାର୍ଯ୍ୟକ୍ରମ\’ର ମୁଖ୍ୟ ପ୍ରସଙ୍ଗ ଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୋକସଭାରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ଜଗଦିସ ପ୍ରାସାଦ ମହାପାତ୍ର , ଶ୍ରୀ ହରିମୋହନ ପଟ୍ଟନାୟକ , ଶ୍ରୀ ସୁରେଶ ଦାଶ , ଶ୍ରୀ ପ୍ରତାପ ଦାଶ , ଶ୍ରୀ ବି.ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ କବି ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମର୍କରେ ଆଲୋଚନା କରିଥିଲେ।

Related Posts

Seo wordpress plugin by www.seowizard.org.