Odisha News

ଗଜପତି:”ପ୍ରଗତି” ଓ ନେହେରୁ ଯୁବ କେନ୍ଦ୍ର ପକ୍ଷ’ରୁ ବିଶ୍ବ ପଖାଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୩ : ପ୍ରଗତି ମହିଳା ସଂଗଠନ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ପାରାଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ବିଶ୍ବ ପାଖାଳ ଦିବସ ପାଳନ ଅବସର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀ ମାଟି ତନୁଜା ଶତପଥୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଏହି ପଖାଳ ଭାତ କିଭଳି ବିଶ୍ବ ଦରବାରରେ ଏକ ଶ୍ରେଷ୍ଠ ବ୍ୟଞ୍ଜନ ହୋଇ ପାରିଥିବା କହିବା ସହ ଓଡିଶାର ଜନଜୀବନ ପାଖାଳ ଖାଦ୍ୟର ପରମ୍ପରା ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଶ୍ରୀମତ୍ରୀ ସୁଲତା ପ୍ରିୟଦର୍ଶନୀଙ୍କ ସମେତ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ଵେବର୍ତ୍ତା , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର , ଅଧ୍ୟାପିକା ଶ୍ଵେତା ପଟନାୟକ , ଶ୍ରୀମତୀ କଳ୍ପନା ପଟନାୟକ , ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ ।
ପଖାଳର ମହତ୍ୱ, ତାର ରୁଚି ଓ ଆବଶ୍ୟକତା ଏବଂ ସୁଲଭ ସ୍ବାସ୍ଥ୍ୟ ଉପଯୋଗୀତା ତଥା ଏହା ବୈଜ୍ଞାନୀକ ଦୃଷ୍ଟିକୋଣରୁ ପଖାଳ ଏକ ମୃଦୁ ରୁଚି ସ୍ୱାସ୍ଥ୍ୟ-ପଯୋଗୀ ଖାଦ୍ୟ ବୋଲି କହି ଏହି ପଖାଳ କେବଳ ଓଡିଶାରେ ନୁହେଁ ଏହା ସାରା ବିଶ୍ୱରେ ଅତି ଆଦର । ଲୋକପ୍ରିୟ ଓ ପ୍ରସିଦ୍ଧି ହୋଇପାରିଛି ବୋଲି ମଞ୍ଚଆସୀନ ଅତିଥି ଓ ଅନ୍ୟ ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ନରସିଂହ ଗୌଡ଼ , ମମତା ପାଢ଼ୀ , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ଅଧ୍ୟାପକା ଡ଼ି: ପ୍ରିୟଙ୍କା , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ଵେବର୍ତ୍ତା , ଓ ଶୁଶ୍ରୀ ଶାସ୍ବତୀ ଵେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପଖାଳର ମହତ୍ୱ ଉପରେ ଆଲୋଚନା କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ ।
କାର୍ଯ୍ୟ କ୍ରମ ପ୍ରାରମ୍ବ ପରେ ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଚିତ୍ତାକର୍ଷକ ଭାବେ ଏକ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥି ସହିତ ବହୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ “ବିଶ୍ବ ଦରବାରରେ ପାଖାଳର ମହତ୍ୱ” ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଉଭୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସୀନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା ।
ଅନୁଷ୍ଠାନର ସଭାନେତ୍ରୀ ଅଧ୍ୟାପିକା ସୁଶ୍ରୀ ଡ଼ି: ପ୍ରିୟଙ୍କା ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.