Odisha News

ଗଜପତି:ପୁଲୱାମା ଶହୀଦ ଯବାନଙ୍କ ପ୍ରତି ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଗଜପତି, ୧୫/୨ : ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଗତ ୨୦୧୯ ମସିହାରେ ଆଜିର ଦିନରେ ଆତଙ୍କବାଦୀ ତଥା ବାହ୍ୟଶକ୍ତିର ଆତ୍ମଘାତୀ ବୋମା ଆକ୍ରମଣ ଘଟଣାରେ ଘଟିଥିବା ଲୋମହର୍ଷଣ କାରୀ ଘଟଣାକୁ ୩ ବର୍ଷ ପୁରିଯାଇଛି ।
ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଭାବରେ ସେହି ଶହୀଦ ଯବାନ ମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରାଯାଇଛି ।
ସ୍ଥାନୀୟ ପ୍ୟାଲେସ ଛକଠାରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର ମିଳିତ ପକ୍ଷରୁ ଏବଂ ସ୍ଥାନୀୟ ସୁବାସ ନଗର ଛକଠାରେ ନେତାଜୀ ସୁବାଷ ବୋଷ ଯୁବକ ସଂଘ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର ଶ୍ରୀ କୈଳାଶ ଗୌଡ଼ , ଶ୍ରୀ ହରିମୋହନ ପଟନାୟକ , ଶ୍ରୀ ଲୋକନାଥ ମିଶ୍ର ଓ ଶ୍ରୀ କୈଳାଶ ପଟନାୟକ ପ୍ରମୁଖ କାର୍ଯ୍ୟକମ ୨ଟିରେ ଯୋଗଦେଇ ଶହୀଦ ଯବାନ ମାନଙ୍କ ପ୍ରତି ପୁଷ୍ପ ଦେଇ ଏବଂ କେଣ୍ଡେଲ ଲଗାଇ ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଶହୀଦ ହୋଇଥିବା ୪୦ ଜଣ ଯବାନଙ୍କ ବଳିଦାନକୁ ଦେଶ ସବୁଦିନ ପାଇଁ ମନେରଖିବ । ସେମାନଙ୍କ ପ୍ରାଣବଳି ବୃଥା ଯିବନାହିଁ ।
ସେହି ଘଟଣା ଦିନକୁ ଏବଂ ସେହି ଦିନରେ ବିରଗତି ପ୍ରାପ୍ତ ହୋଇଥିବା ୪୦ ଜଣ ଶହୀଦ ଯବାନ ମାନଙ୍କ ସ୍ମୃତିଚାରଣ କରିବା ପାଇଁ ଆଜିର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନ୍ୟପକ୍ଷରେ ପ୍ରତ୍ୟେକ ସୀମାରେ ସମସ୍ତ କାର୍ଯ୍ୟ ଓ ଡ୍ୟୁଟିରତ ସେନା ମାନଙ୍କ ପାଇଁ ଆଜି ଆମେ ଓ ଆମ ପରିବାର ସୁରକ୍ଷିତ । ସେମାନଙ୍କ ପାଇଁ ଆଜି ଆମ ସମସ୍ତଙ୍କ କୋଟି କୋଟି ପ୍ରଣାମ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବଜରଙ୍ଗ ଦଳ , ବିଶ୍ବହିନ୍ଦୁ ପରିଷଦ ଓ ନେତାଜୀ ଯୁବକ ସଂଘର କର୍ମକର୍ତ୍ତା , ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକ ମାନେ ଉପସ୍ଥିତ ରହି ଶହୀଦ ଯବାନ ଆମର ରହେ ଏବଂ ଭାରତୀୟ ସେନା ଜିନ୍ଦାବାଦ ବୋଲି ସ୍ଲୋଗାନମାନ ଦେଇ ଶହୀଦ ବୀର ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ। ।

Related Posts

Seo wordpress plugin by www.seowizard.org.