ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ
ପୁରୀ,୭/୧୧: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରି ମୁଣ୍ଡ ଫଟେଇ ଦେଇଛନ୍ତି ପୁଲିସ କର୍ମଚାରୀ। ଆହତ ମହିଳାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଏଣେ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।
ଏହି ସମୟରେ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ପୁଲିସ କର୍ମଚାରୀ ଜଣକ ଜଗମୋହନ ନିକଟରେ ଜଣେ ମହିଳା ଭକ୍ତଙ୍କୁ ଲାଠିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ।
ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିରରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଦର୍ଶନ ପାଇଁ ଆସିଥିବା ଜଣେ ବୟସ୍କ ମହିଳାଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ ।