Odisha News

ଖାଇକୁ ଖସିଲା ସେନା ଗାଡ଼ି, ଦୁର୍ଘଟଣାରେ ୩ଯବାନ ସହିଦ

କୁପୱାଡା,୧୧/୧: ଜମ୍ମୁ-କଶ୍ମୀରର କୁପୱାଡାରେ ଭାରତୀୟ ସେନାର ଯବାନମାନେ କରୁଥିବା ପ୍ୟାଟ୍ରୋଲିଂ ବେଳେ ଘଟିଛି ଅଘଟଣ। ପ୍ୟାଟ୍ରୋଲିଂ ବେଳେ ୩ ଜଣ ଯବାନ ଗୋଟିଏ ଗଭୀର ଖାଇକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। କୁପୱାଡାର ମାଚ୍ଛଲ ସେକ୍ଟର ନିକଟସ୍ଥ ଏଲଓସି ନିକଟରେ ଏପରି ଘଟଣା ଘଟିଛି।
ଏଥିରେ ଭାରତୀୟ ସେନାର ଜଣେ ଜେସିଓ ଓ ୨ ଜଣ ଯବାନ ପ୍ରାଣ ହରାଇଛନ୍ତି। ଘଟଣା ପରେ ୩ ଯବାନଙ୍କ ମୃତଦେହକୁ ଗଭୀର ଖାଇ ମଧ୍ୟରୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଛି।
ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଛି ଯେ “ପୂରା ଘଟଣା ମଚ୍ଛଲ ସେକ୍ଟରରେ ଘଟିଛି। ଫରୱାର୍ଡ ଅଞ୍ଚଳରେ ନିୟମିତ ପ୍ୟାଟ୍ରୋଲିଂ ବେଳେ ଅଘଟଣ ଘଟିଥିଲା। ପ୍ୟାଟ୍ରୋଲିଂ ଚାଲିଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଜେସିଓ ଓ ୨ ଜଣ ଯବାନ ଗଭୀର ଖାଇକୁ ଖସି ପଡ଼ିଥିଲେ। ବରଫ ପଡ଼ିଥିବାରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ସେମାନଙ୍କ ମୃତଦେହ ଉଦ୍ଧାର କରଯାଇଛି। ସେମାନଙ୍କୁ ସେନା ତରଫରୁ ସଲାମ କରାଯାଉଛି।”

Related Posts

Seo wordpress plugin by www.seowizard.org.