Odisha News

ଖରାଦିନରେ ଖାଆନ୍ତୁ ହଳଦିଆ ରଙ୍ଗର ଏହି ଫଳ, ଇମ୍ୟୁନିଟି ବଢାଇବାରେ କରେ ସାହାଯ୍ୟ

ନୂଆଦିଲ୍ଳୀ, ୨୯/୩ : ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ ନିହାତି ଖାଇବା ଉଚିତ ।
ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କୁ ଏହି ରଙ୍ଗର ପରିବା ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରିବା ଉଚିତ ।
ହଳଦିଆ ରଙ୍ଗର ଫଳରେ ଭିଟାମିନ ସି ଭରପୁର ପରିମାଣରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗରମ ଦିନରେ କେଉଁ କେଉଁ ହଳଦିଆ ରଙ୍ଗର ଫଳର ଫାଇଦା କଣ ଥାଏ ?
ଆମ୍ବ : ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବର ଅପେକ୍ଷା କରିଥାନ୍ତି । ଫଳର ରାଜା ଆମ୍ବ ହୋଇଥାଏ । ଖାଇବାକୁ ଯେତିକି ସ୍ବାଦଆ ସେତିକି ମିଠା ହୋଇଥାଏ । ସେହିଭଳି ଆମ୍ବରେ ଭିଟାମିନ ସି ରିହିଥାଏ। ଆଖି, ଚର୍ମ ,କୋଲେଷ୍ଟ୍ରଲ, ହଜମ ଶକ୍ତି ବଢାଇବା ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା ମିଳିପାରେ ।
କଦଳୀ : କଦଳୀ ଏପରି ଏକ ଫଳ ସବୁ ଋତୁରେ ମିଳୁଥାଏ । କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-୬ ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।
ସନ୍ତରା : ସନ୍ତରା ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ମଧ୍ୟ ବହୁତ ମାତ୍ରାରେ ମିଳିଥାଏ । ସନ୍ତରାରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ହେଲଦି ରହିଥାଏ । ଆପଣଙ୍କ ଓଜନ କମାଇବା ପାଇଁ ମଧ୍ୟ ସନ୍ତରା ଲାଭଦାୟକ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ ସନ୍ତରା ।
ଅମୃତଭଣ୍ଡା : ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ ।
ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।
-ପ୍ରମେୟ

Related Posts

Seo wordpress plugin by www.seowizard.org.