Bollywood

ଖବ୍ ଶୀଘ୍ର ବିିବାହ ବନ୍ଧନରେ ବାନ୍ଧି ହେବେ ରଣବିର୍‌-ଆଲିଆ: ପଦାକୁ ଆସିଲା ଅତିଥିଙ୍କ ତାଲିକା

ଭୁବନେଶ୍ୱର,୫/୪: ବଲିଉଡ୍‌ରେ ଖୁବ୍ ଶୀଘ୍ର ପୁଣି ଶୁଭିବ ସାହାନାଇ । ହାତକୁ ଦୁଇ ହାତ ହେବେ ବହୁଚର୍ଚ୍ଚିତ ଯୋଡି ରଣବୀର୍ କପୁର ଓ ଆଲିଆ ଭଟ୍ଟ । ଖୁବ୍ ଶୀଘ୍ର ଦୁହିଁଙ୍କର ବିବାହ ହୋଇପାରେ ।
ଏକ ସୁତ୍ରରୁ ମିଳିଥିବା ଖବର ଅନୁସାରେ ରଣବୀର୍ ଓ ଆଲିଆ ଚଳିତ ମାସ ୧୭ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପ୍ରିଲ ୧୩ରୁ ୧୭ ପର୍ଯ୍ୟନ୍ତ ଚାଲିବ ଦୁହିଁଙ୍କର ବିବାହ ଉତ୍ସବ । ଏହି ବହୁଚର୍ଚ୍ଚିତ ବିବାହରେ ୪୫୦ଜଣ ଅତିଥି ନିମନ୍ତ୍ରଣର ତାଲିକ ସାମ୍ମାକୁ ଆସିଛି ।
ଯେଉଁଥିରେ ଯୋଗଦେବେ ରଣବୀରଙ୍କ ପୁର୍ବତନ ପ୍ରେମୀକା ଅଭିନେତ୍ରୀ ଦୀପିକା ପାଦୁକୋନ, ରଣବୀର ସିଂ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।

Related Posts

Seo wordpress plugin by www.seowizard.org.