Odisha News

କଡ଼ା କଡ଼ି ହେଲା ଟ୍ରାଫିକ୍ ନିୟମ: ବିନା ହେଲ୍‌ମେଟ୍ ଗାଡି ଚଳାଇଲେ ୩ ମାସ ପାଇଁ ଡ୍ରାଇଭିଂ ଲଇସେନ୍ସର ବାତିଲ

ଭୁବନେଶ୍ୱର,୧୮/୧୦: ଆଜିଠୁ ପୁଣି କଡା କଡ଼ି ହେଲା ଟ୍ରାଫିକ୍ ନିୟମ । ବିନା ହେଲମେଟ୍‌ରେ ଗାଡି ଚାଳାଉଥିଲେ ସାମଧାନ୍ ।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜୋରଦାର ହେବ ଧରପଗଡ଼। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ। ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍ ମଧ୍ୟ ସାମିଲ ହେବ। ଏହି ସ୍ପେଶାଲ ଡ୍ରାଇଭରେ ଫୋକସରେ ରହିବ ବିନା ହେଲ୍ମେଟ୍ରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା। ଯେଉଁମାନେ ଏହିସବୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଧରାଯାଇ ଫାଇନ୍ ଆଦାୟ ସହ ଅନ୍ୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ। ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି।

Related Posts

Seo wordpress plugin by www.seowizard.org.