Odisha News

କୌଣସି ଶକ୍ତି ନାହିଁ ବିଜେଡି କୁ ଅଟକାଇ ପାରିବ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

କିଶୋର ମହାନ୍ତିଙ୍କ ରିପୋର୍ଟ
ନୟାଗଡ଼, ୧୫/୨ : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ୧୩ ନମ୍ବର ଜିଲ୍ଲାପରିଷଦ ଜୋନରେ ମାରାଥନ୍ ପ୍ରଚାର। ଏହି ଅବସରରେ ନବଘନପୁର ପଞ୍ଚାୟତ ରେ ଆୟୋଜିତ ଏକ ସଭା ରେ ମନ୍ତ୍ରୀ ଡ. ସାହୁ ଏବଂ ଟିଭି ସିରିଏଲ ଲୋକପ୍ରିୟ ଅଭିନେତ୍ରୀ ସୋଫିଆ ଆଲମ ଜିଲ୍ଲାପରିଷଦ ପ୍ରାର୍ଥୀ କ୍ଷିରୋଦ ଚନ୍ଦ୍ର ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ଭଞ୍ଜ, ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବାରିକ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା କୁ ଆବେଦନ କରିଥିଲେ।
ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ସଦାବେଳେ ଲୋକଙ୍କ ପାଖରେ ଅଛନ୍ତି ଏବଂ ଆଗାମୀ ଦିନରେ ପଞ୍ଚାୟତ ବାସି ଙ୍କ ସୁଖଦୁଃଖ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୟାଗଡ଼ ର ସମସ୍ତ ଜିଲ୍ଲାପରିଷଦ ଜୋନରେ ବିଜେଡି ସୁନିଶ୍ଚିତ ବିଜୟ ହାସଲ କରବ ବୋଲି ମନ୍ତ୍ରୀ ଡ. ସାହୁ ଦୃଢକ୍ତି ପ୍ରକାଶ କରିଥିଲେ।
ନୟାଗଡ଼ ନିର୍ବାଚନୀ ମଣ୍ଡଳୀ ଏକ ଗୁରୁତ୍ବପୂର୍ଣ୍ଣ ଜୋନରେ ପରିଣତ ହୋଇଛି। ସମସ୍ତ ଙ୍କ ନଜର ଏହି ଜୋନ ଉପରେ। ପ୍ରଚାର ପ୍ରସାର ଜୋର ଚାଲିଥିବା ବେଳେ ଉଭୟ ବିଜେଡି ଏବଂ ବିଜେପି ଦଳ ଏହି ଜୋନ କୁ ନିଜ ଅକ୍ତିଆରେ ରଖିବା ପାଇଁ ନିଜନିଜର ରଣନୀତି ପ୍ରସ୍ତୁତ କରିଛନ୍ତି।

Related Posts

Seo wordpress plugin by www.seowizard.org.