Odisha News

କୋଲକାତା ବ୍ୟବସାୟୀଙ୍କ ଠାରୁ ୧୭ କୋଟି ଟଙ୍କା ଜବତ କଲା ଇଡି

କୋଲକାତା, ୧୧/୯: ଚାରିଆଡ଼େ ଖାଲି ଭିଡ଼ା ଭିଡ଼ା ଟଙ୍କା। ୫୦୦, ୨୦୦ ଓ ୨୦୦୦ ନୋଟର ପୁଳାପୁଳା ଭିଡ଼ା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଯେତେ ଖୋଜିଲେ, ସେତେ ଟଙ୍କା ମିଳୁଛି। ବେଆଇନ ଗେମିଂ ଆପ୍ ଜରିଆରେ ଲୋକଙ୍କୁ ଠକେଇ ଅଭିଯୋଗରେ ଇଡି ରେଡ କରୁଥିବା ବେଳେ ଏପରି ନଗଦ ଟଙ୍କା ମଳିଛି। ଏବେ ବି ଇଡିର ରେଡ ଜାରି ରହିଛି।
ରେଡ୍ ସମୟରେ କୋଲକାତାର ବ୍ୟବସାୟୀ ଆମୀର ଖାନଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିଛି। ଏଯାଏ ଇଡିର ଅଧିକାରୀମାନେ ତାଙ୍କ ଘରୁ ନଗଦ ୧୭ କୋଟି ଟଙ୍କା ଜବତ କରିସାରିଲେଣି। ଏବେ ବି ମେସିନ ଦ୍ୱାରା ଟଙ୍କାର ଗଣତି କରାଯାଉଛି।
ତେଣୁ ଆଗକୁ ଆହୁରି ନଗଦ ଟଙ୍କା ମିଳିବାର ସମ୍ଭାବନା ରହିଛି। ସେହିପରି ତାଙ୍କ ଘରୁ ଅନେକ ସମ୍ପତ୍ତିର କାଗଜପତ୍ର ମଧ୍ୟ ମିଳିଛି। ଜବତ ଟଙ୍କାକୁ ନେବା ପାଇଁ ଏକାଧିକ ଟ୍ରଙ୍କ ଆମୀରଙ୍କ ଘରେ ପହଞ୍ଚିଲାଣି।
ଇଡି ଗେମିଂ ଆପ୍ ଦୁର୍ନୀତି ଘଟଣାରେ କୋଲକାତାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ବ୍ୟାଙ୍କ ଅଧିକାରୀଙ୍କ ସହ ଇଡି ଟିମ୍ ମିଳିତ ଭାବେ ଶନିବାର ଠାରୁ କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛନ୍ତି। ଇଡି ରେଡ୍ କରୁଥିବାରୁ ଆମୀରଙ୍କ ଘର ପାଖରେ କେନ୍ଦ୍ରୀୟ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି।
ଋ-ଘଙ୍କଶଶରଗ୍ଧଗ୍ଦ ନାମକ ଗେମିଂ ଆପ୍ ଜରିଆରେ ଲୋକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଫେଡରାଲ ବ୍ୟାଙ୍କ ପକ୍ଷରୁ ବ୍ୟବସାୟୀ ଆମୀର ଖାନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଡିକୁ ସୂଚନା ଦିଆଯାଇଥିଲା। ଏହି ଅଭିଯୋଗକୁ ଆଧାର କରି ଇଡି ପିଏମଏଲଏ ଅନୁସାରେ ମାମଲା ରୁଜୁ କରିଥିଲା। ସେହି ଅନୁସାରେ ରେଡ୍ କରାଯାଉଛି।
ଇଡି ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଆମୀର ଖାନ ଋ-ଘଙ୍କଶଶରଗ୍ଧଗ୍ଦ ନାମକ ଗୋଟିଏ ଗେମିଂ ଆପ୍ ଲଞ୍ଚ କରିଥିଲେ। ଏହି ଆପ୍ ଜରିଆରେ ୟୁଜର୍ସମାନଙ୍କୁ ପ୍ରଥମେ କମିସିନ ଦିଆଯାଉଥିଲା ଓ ୱାଲେଟରୁ ସେମାନେ ବେଶ ସହଜରେ ଟଙ୍କା ଉଠାଇ ପାରୁଥିଲେ।
ଏହାଦ୍ୱାରା ଆପ୍ ଉପରେ ୟୁଜର୍ସଙ୍କ ବିଶ୍ୱାସ ବଢ଼ିଥିଲା। ଏଥିପାଇଁ ସେମାନେ ଅଧିକ ଟଙ୍କା ପାଇଁ ମୋଟା ଅଙ୍କର ଅର୍ଥ ନିବେଶ କରିଥିଲେ।
ଲୋକମାନେ ବିପୁଳ ପରିମାଣର ଟଙ୍କା ଲଗାଇବାରୁ ସଂପୃକ୍ତ ଆପ୍ ହଠାତ୍ ଉଠାଣ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା। ବିଭିନ୍ନ ଆଳ ଦେଖାଇ ଆପ୍ ପରିଚାଳନା କରୁଥିବା ଲୋକମାନେ ଆଉ ୟୁଜର୍ସଙ୍କୁ ଟଙ୍କା ଫେରସ୍ତ କରି ନଥିଲେ। ଶେଷରେ ସଂପୃକ୍ତ ଆପ୍ରୁ ପ୍ରୋଫାଇଲ ତଥ୍ୟ ସହ ସମସ୍ତ ତଥ୍ୟକୁ ଗାଏବ କରି ଦିଆଯାଇଥିଲା।
ଏହାକୁ ଦେଖି ୟୁଜର୍ସମାନେ ଠକାମୀର ଶିକାର ହୋଇଥିବା ଅନୁଭବ କରିଥିଲେ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଇଡି କହିଛି।

Related Posts

Seo wordpress plugin by www.seowizard.org.