Odisha News

କୋଭିଡ୍ ପାଇଁ ଔଷଧ ନ ବାହାରିବା ପର‌୍ୟ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭/୬:: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟବାସୀଙ୍କ ପାଇଁ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଯୁଦ୍ଧ ଜିତିବା ପାଇଁ ହେଲେ ୩ଟି ମନ୍ତ୍ର ଆପଣେଇବାକୁ ପଡିବ । ତ୍ୟାଗ, ସଂଯମ ଓ ଶୃଙ୍ଖଳା ବଜାଇ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।
ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି।
ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ବଢୁଛି। ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। କୋଭିଡ୍ ପାଇଁ ଟିକ। ବା ଔଷଧ ନ ବାହାରିବା ପର‌୍ୟ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ ।

Related Posts

Seo wordpress plugin by www.seowizard.org.