Odisha News

କୁମାର ପୂର୍ଣ୍ଣିମାରେ ଅଘଟଣ : ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ, ୨ ମୃତ ଓ ୧୩ ଜଣ ଆହତ

ରାଉରକେଲା, ୯/୧୦: କୁମାର ପୂର୍ଣ୍ଣିମାରେ ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ହାତିବାରି ଥାନା କନ୍ଦରକେଲା ବନେଇ ଲତା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି ।
ଆହତଙ୍କୁ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବାରୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇଜଣ, ମାଇକେଲ ସୁରିନ (୧୫) ଓ ଅଜୟ ଲାଖୁଆ (୨୪) ବଜ୍ରାଘାତ ହେବା ପରେ ସ୍ଥାନୀୟ ଲୋକେ ଦେଶୀ ଚିକିତ୍ସା କରିବାକୁ ଯାଇ ସମସ୍ତ ଆହତଙ୍କୁ ଗୋବର ଗଦାରେ ରଖାଯାଇଥିଲା ।
ହାତିବାରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ୧୫ ଜଣ ଆହତଙ୍କୁ ତୁରନ୍ତ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Related Posts

Seo wordpress plugin by www.seowizard.org.