Odisha News

କୁଆଖାଇରେ ବୁଡି ଦୁଇ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ ଓ ପୋଲିସ

କଟକ,୩୧/୮: ଗାଧୋଇବା ବେଳେ ଅଘଟଣ। କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ।କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।
ସୂଚନା ମୁତାବକ, ପାଞ୍ଚ ଜଣ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିଲେ। ତେବେ ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସି ଯାଇଥିଲେ।ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଦୁଇ ଜଣ ନିଖୋଜ ଅଛନ୍ତି।
ନିଖୋଜ ୨ ଯୁବକଙ୍କ ପଟିଆ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ବ୍ରିଜ ନିକଟରେ ୨ଟି ବାଇକ୍ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଛି। ନିଖୋଜ ଯିବକଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.