Odisha News

କିରାସିରା ଓ ଭାଲିଆ ପଦର ଗ୍ରାମର ଦୁଇ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସହାୟତା କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୨ : ମଙ୍ଗଳବାର ଅପରାନ୍ହ ୩ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଚିକିତ୍ସାଧୀନ ଥିବା ଦୁଇ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସହାୟତାରେ ପ୍ରଦାନ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଦହ୍ୟା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମର ପାର୍ବତୀ ମେହେର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ଜ଼ିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦,୦୦୦/- ଆର୍ଥିକ ସହାୟତା ଯୋଗାଇଲେ ।
ସେହିପରି ଭାଲିଆପଦର ଗ୍ରାମର ବିନୋଦ କୁମ୍ଭାର ଶରୀର କ୍ଷୀଣ ଓ ଅବସ ହେବା ସହ ଡାଇବେଟିସ, ଅଲସର, କିଡ଼ନୀ ଆଦି ରୋଗର ଚିକିତ୍ସା ନିମନ୍ତେ ରେଡକ୍ରସ ପାଣ୍ଠିରୁ ୫୦୦୦ ଟଂକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Related Posts