କିଛି ଲୋକଙ୍କ ଭୁଲ ପାଇଁ ବିଜେଡିକୁ ବହୁମତ ମିଳିନଥିଲା: ମନ୍ମଥ ରାଉତରାୟ
ଭୁବନେଶ୍ୱର, ୨୫/୧: ବିଜେଡ଼ିରେ ଦିନେ ନିଜକୁ ହର୍ତ୍ତାକର୍ତ୍ତା ଦୈବ ବିଧାତା ଭାବୁଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ ପୁଣି ଥରେ ନବୀନ ନିବାସରେ ସକ୍ରିୟ ହୋଇଛନ୍ତି ।
ବିଜେଡ଼ି ନେତା ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ପାଣ୍ଡିୟାନ ନବୀନ ନିବାସ ଆସୁଛନ୍ତି, ଆଉ ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ବୋଲି କହିଛନ୍ତି ମନ୍ମଥ ।
ମନ୍ମଥ ରାଉତରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ଭିକେ ପାଣ୍ଡିଆନ ଆଉ ସକ୍ରିୟ ରାଜନୀତିରେ ନାହାଁନ୍ତି । ପାଣ୍ଡିଆନ ଦରବାର ବସାଇଥିବା ଖବରକୁ ମିଥ୍ୟା ବୋଲି କହିଛନ୍ତି ମନ୍ମଥ ।
ସେଠି କେବଳ ନବୀନ ଦରବାର ବସିଥାଏ । ବିଜେଡ଼ିର ଏଭଳି ସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । କିନ୍ତୁ ତାଙ୍କ ନିର୍ବାଚନ ପରଠାରୁ ନବୀନ ନିବାସରେ କେବେ ଦେଖିବାକୁ ପାଇନାହାଁନ୍ତି ବୋଲି କହିଛନ୍ତି ମନ୍ମଥ ।
କିନ୍ତୁ ପାଣ୍ଡିଆନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଦେଖାଶୁଣା କରୁଥିବା ସେ ସ୍ୱୀକାର କରିଛନ୍ତି । ପାଣ୍ଡିଆନ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି ।
ବାହାରୁ ଆସୁଥିବା ଡାକ୍ତର ଟିମ୍ଙ୍କ ସହ ସେ କନ୍ସଲ୍ଟ କରନ୍ତି । ମେଡ଼ିସିନ୍ ଓ ଶାରୀରିକ ବ୍ୟାୟାମ ଠିକ୍ ଠାକ୍ ଚାଲିଛି କି ନାହିଁ ବୁଝୁଛନ୍ତି । ପାଣ୍ଡିଆନ୍ ତାଙ୍କ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟର କାମ ବୋଲି କହିଛନ୍ତି ମନ୍ମଥ ।