Odisha News

କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା: ଚାଲିଗଲା ବାପା, ମା ଓ ଛୁଆର ଜୀବନ

କୋରାପୁଟ,୨୭/୬: ଉଜୁଡ଼ିଗଲା ସୁନାର ସଂସାର। ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁ
ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।
ଆଜି ସକାଳେ ଏକ କାର୍ରେ ବାପା ମା’ ଓ ଛୋଟ ଝିଅଟି କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁ
ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ,ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଆହତ ହୋଇଥିଲେ। ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ଥିଲେ।

Related Posts

Seo wordpress plugin by www.seowizard.org.