Odisha News

କର୍ଣ୍ଣାଟକରେ ଆତଙ୍କ ସୃଷ୍ଟି କରୁଛି ‘ଟମାଟୋ ଫ୍ଲୁ’, ୮୦ଜଣ ଶିଶୁ ଆକ୍ରାନ୍ତ

କର୍ଣ୍ଣାଟକରେ,୧୨/୩: କର୍ଣ୍ଣାଟକରେ ଏବେ ଟମାଟୋ ଫ୍ଲୁ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।
କର୍ଣ୍ଣାଟକର ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କେରଳରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି। ଟମାଟୋ ଫ୍ଲୁ ରୋଗରେ ଗାଢ ଲାଲ୍ ରଙ୍ଗର ଦାଗ ସହ ଚର୍ମ କୁଣ୍ଡାଇ ହୋଇଥାଏ। ଏଥିସହ ତରଳ ଝାଡା ହୋଇଥାଏ।
ଟମାଟୋ ଫ୍ଲୁ ରୋଗର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ବିରଳ ସଂକ୍ରାମକ ରୋଗ। ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି। ୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.