Odisha News

କରୋନାରେ ପୁଅର ମୃତ୍ୟୁ ଖବର ଶୁଣି ଦଉଡ଼ି ଦେଇ ଆତ୍ମହତ୍ୟା କଲେ ବାପା,ମା

କବିସୂର୍ଯ୍ୟନଗର,୪/୭: କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ପିତାମାତା ଆତ୍ମହତ୍ୟା କରିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ତାରିଖରେ ନାରାୟଣପୁର ଶାସନର କରୋନା ଯୋଦ୍ଧା ସୀମାଞ୍ଚଳ ଶତପଥୀ(୨୭) ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କଠାରେ ସେ ମହାମାରୀ ‘କରୋନା’ର ଲକ୍ଷଣ ଦେଖା ଦେବା ପରେ ସୀମାଞ୍ଚଳଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ତାଙ୍କର ରିପୋର୍ଟ ବି ପଜିଟିଭ୍ ଆସିଥିଲା।
ଏହାରି ଭିତରେ ଗତକାଲି ସକାଳେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ଖବର ପାଇ ବାପା ରାଜ କିଶୋର ଶତପଥୀ ଓ ମା’ ସୁଲୋଚନା ଭାଙ୍ଗି ପଡ଼ିଥିଲେ।
ମାନସିକ ଭାରସାମ୍ୟ ହରାଇ ବାପା ରାଜ କିଶୋର ଘର ନିକଟରେ ଥିବା ସାପୁଆ ବସା (ଜଙ୍ଗଲ) ନିକଟରେ ଥିବା ଏକ ବରଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ସେପଟେ ମା’ ସୁଲୋଚନା ନିଜ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା ଦେଇଥିଲେ। କରୋନା ଭୟରେ ଗାଁ ଲୋକେ ମୃତଦେହ ପାଖକୁ ଯାଉନଥିବା ବେଳେ କବିସୂର‌୍ୟ୍ୟନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

-Sambad

Related Posts

Seo wordpress plugin by www.seowizard.org.