Odisha News

କନ୍ଧ କୁମ୍ଭାର ସମାଜ ର ସଧାରଣ ଅଧିବେଶନ: ବାଲିଗୁଡା ଖେମୂଣ୍ଡିଗଡର କାର୍ଯ୍ୟକର୍ତ୍ତା ଚୟନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖେମୁଣ୍ଡୀଗଡ ରେ କନ୍ଧକୁମ୍ଭାର ସମାଜ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାରିଗଡ ର ମୂଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।
ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜ ର କୁଳ ଦେବୀ ଗଙ୍ଗା ମାତା ଓ ମା ‘ ପାଟ୍ଟଖଣ୍ଡା ଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କନ୍ଧ କୁମ୍ଭାର ସମାଜ ର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ବିଜୟକୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଭାବେ ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସମାଜ ର ନୀତି ନିୟମ ସମ୍ୱନ୍ଧରେ ଅବଗତ କରିଥିଲେ ।
କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁ ଥିବାରୁ ସେମାନଙ୍କୁ ମୂଖ୍ୟ ସ୍ରୋତରେ ଆଣିବା ପାଇଁ ସରକାର ଙ୍କ ନିକଟରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଇଁ ସଂଗଠିତ ହେବାକୁ ଆମନ୍ତ୍ରିତ ମୂଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣ ରେ କହିଥିଲେ ।
ସମାଜ ରେ ପ୍ରଚଳିତ ଅନ୍ଧବିଶ୍ୱାସ କୁ ସଂସ୍କାର, ବାଲ୍ୟ ଵିଵାହ ଦୂରୀକରଣ ନିଶା ନିବାରଣ କରିବା ସହିତ ଶିକ୍ଷା କୁ ପ୍ରାଧାନ୍ୟ ଦେଇ ରକ୍ତଦାନ, ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ । ପରେ ବାଲିଗୁଡ଼ା ଖେମୁଣ୍ଡଗଡ ର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା ।ଏଥିରେ ସର୍ବସମ୍ମତି କ୍ରମେ ସଭପତି ଭାବେ ପଙ୍କଜ ବେହେରା, ଉପ ସଭାପତି ଭାବେ ଦୀପକ କୁମାର ବେହେରା, ସାଧାରଣ ସମ୍ପାଦକ ଭାବରେ ନୀଳ ମାଧବ ବେହେରା, ସଂପାଦକ ଭାବେ ଇନ୍ଦ୍ରଜିତ ବେହେରା କୋଷାଧ୍ୟକ୍ଷ ଭାବେ ରାମକୃଷ୍ଣ ବେହେରା ମୂଖ୍ୟ ସଭ୍ୟ ଭାବରେ ମାର୍କଣ୍ଡ ବେହେରା ଓ ପତ୍ରକାର ଭାବରେ ରଞ୍ଜିତ କୁମାର ବେହେରା ଙ୍କୁ ଚୟନ କରାଯାଇଥିଲା ।
ସେହିପରି ମାତୃ ମଣ୍ଡଳୀ ର ସଭାନେତ୍ରୀ ଭାବରେ ସର୍ବ ସମ୍ମତି କ୍ରମରେ ମିଥିଳା ବେହେରା ଉପ ସଭାପତି ଭାବେ ତପସ୍ଵିନୀ ବେହେରା, ସମ୍ପାଦିକା ଭାବରେ ଆରତୀ ବେହେରା ଏବଂ ମୂଖ୍ୟ ସଭ୍ୟ ଭାବରେ ସରସ୍ୱତୀ ବେହେରା ଙ୍କୁ ଚୟନ କରାଯାଇଥିଲା ।
ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ
ବାଲିଗୁଡା,୬/୬ : କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହେବେ କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର, ବାଲିଗୁଡା ନୁଆସାହି ବାସିନ୍ଦା ପ୍ରମୋଦ କୁମାର ଦଣ୍ଡସେନା ।
ଏନେଇ ଅନୁଷ୍ଠାନ ର ସାଧାରଣ ସମ୍ପାଦକ କାହ୍ନୁ ଚରଣ ଶତପଥୀ ପ୍ରକାଶ କରିଛନ୍ତି କ୍ଷ ଆସନ୍ତା ବାଇଶି ତାରିଖ ଦିନ ପ୍ରତିଭା ସମ୍ୱର୍ଦ୍ଧିତ କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ ହେବେ ।
ସୂଚନାଯୋଗ୍ୟ ଯେ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ନାଟକ ଗୁମୁରୀ କାନ୍ଦୁଛି ଗୁମୁଡୁମାହା, ଶିଶୁ ନାଟକ ଖେମୂଣ୍ଡି ର ପାଟ୍ଟରାଣୀ ମାଆ ପାଟ୍ଟଖଣ୍ଡା , ନାଟକ \” ଝାର୍\” ଦ ଫରେଷ୍ଟ ଅନ୍ୟତମ ।
ଶହେ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ରେ ଅଭିନୟ ଓ ପଚାଶ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରମୋଦଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶା ର ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ଓଡ଼ିଶା ବାହାରେ ମଧ୍ୟ ସେ ନାଟକ ପାଇଁ କାମ କରିଛନ୍ତି କ୍ଷ କେବଳ ମଞ୍ଚ ନାଟକ ନୁହେଁ ଲୋକ କଳା, ଲୋକ ସଙ୍ଗୀତ, ପାରମ୍ପରିକ କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.