Odisha News

କନ୍ଧମାଳ ଶିକ୍ଷା ବିଭାଗର ସିଆରସିସି ବନ ବିହାରି ଦିଗାଲଙ୍କ ପରଲୋକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ଡାମିକିଆ କ୍ଳଷ୍ଟରରେ କାର୍ଯ୍ୟରତ ଶିକ୍ଷା ବିଭାଗର ସି.ଆର.ସି.ସି ବନବିହାରି ଦିଗାଲ ଭୂବନେଶ୍ବର ସ୍ଥିତ ଆଇ.ଜି.କେ.ସି ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ସେ ସିକ୍ଲିନ, ଡାଇବେଟିସ ଓ ଜଣ୍ଡିସ ରୋଗରେ ପୀଡିତ ଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରଥମେ ବାଲିଗୁଡା ଓ ପରେ ଫୁଲବାଣୀ, ବ୍ରହ୍ମପୁର ଓ ଭୂବନେଶ୍ବର ସମ୍ ହସପିଟାଲକୁ ନିଆଯାଇଥିଲା ।
କିନ୍ତୁ ସେଠାରେ ଆଇସିୟୁର ଅସୁବିଧା ହେତୁ ଆଇ.ଜି.କେ.ସି ମେଡିକାଲରେ ଭର୍ତ୍ତି କରାଯାଇଥିଲା,କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ।
କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ର ଶିକ୍ଷକ ମାନେ ତାଙ୍କୁ ଆରୋଗ୍ୟ କରିବା ପାଇଁ ଆର୍ଥିକ ସହାୟତା ର ହାତ ବଢ଼ାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ତରଫରୁ ସଭାପତି କୁମାର ପରସେଠ ଶୋକ ପ୍ରକାଶ କରିଛନ୍ତି।

Related Posts

Seo wordpress plugin by www.seowizard.org.