Odisha News

କନ୍ଧମାଳ : ବାଇକ ଦୁର୍ଘଟଣାରେ କ୍ରୀଡା ଶିକ୍ଷକଙ୍କ ମୃତ୍ୟୁ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ସ୍ଥିତ ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ବିରୁପାକ୍ଷ କହଁର (୪୧) ରବିବାର ଦିନ ବାଇକ ରେ ନୂଆସାହି-ବୁଡ଼ାଗୁଡା ରାସ୍ତାରେ ଯାଉଥିବା ସମୟରେ ହଠାତ ଗୋଟିଏ ଛେଳି ବାଇକ ସାମନାକୁ ଆସିଯିବାରୁ ଛେଳିକୁ ବଞ୍ଚାଇବାକୁ ଯାଇ ଶ୍ରୀ କହଁର ବାଇକ ସହ ତଳେ ପଡିଯାଇଥିଲେ ।
ନିକଟରେ ଥିବା କିଛି ସ୍ଥାନୀୟ ବ୍ୟକ୍ତି ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ସ୍ଥାନୀୟ ଉପଖଣ୍ତ ଚିକିତ୍ସାଳୟ କୁ ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି ।

Related Posts

Seo wordpress plugin by www.seowizard.org.