କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଜଳଛାୟା ଓ ଉଦ୍ୟାନ କୃଷି ପ୍ରକଳ୍ପ ପରିଦର୍ଶନ କଲେ ନିର୍ଦ୍ଦେଶକ
କମ୍ଭୁଧର କ୍ଷେତିଙ୍କରିପୋର୍ଟ
ବୌଦ୍ଧ, ୧୯/୧୨ : (ଗୁରୁବାର )ଦିନ ଦିବା ୩ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ବିଭାଗର ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ନିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଛନ୍ତି ।
କଣ୍ଟାମାଳ ବ୍ଲକର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ପ୍ରକଳ୍ପ, ମନରେଗା ଫାର୍ମ ପଣ୍ଡ ଆଦି ପରିଦର୍ଶନ କରିଛନ୍ତି ।
ସେହିପରି ହରଭଙ୍ଗା ବେଲପଦର, ରାମଗଡ଼ ଆଦି ଗ୍ରାମର ଉଦ୍ୟାନ କୃଷି ଫାର୍ମ ଓ କଦଳି ଫାର୍ମ ଆଦି ପରିଦର୍ଶନ କରିଥିଲେ ।
ପରିଦର୍ଶନ ସମୟରେ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗୀନ୍ଦ୍ର ନାଥ ମହାପାତ୍ର,ମୃତ୍ତିକା ସଂରକ୍ଷଣ ଅଧିକାରୀ ଚିନ୍ତାମଣି ଜେନା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।




