Odisha News

କଟକ ବରିଷ୍ଠ ନାଗରିକ ମହାସଭା କାର୍ଯ୍ୟାଳୟର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ,ମେୟରଙ୍କ ସହ ଆଲୋଚନା

ବରଦା ଦାସଙ୍କ ରିପୋର୍ଟ
କଟକ ,୯/୮: କଟକ ଜିଲ୍ଲାପାଳ ଓ ପୌର ମହାନଗର ନିଗମ ମେୟର ସୁବାସ ସିଂ ଙ୍କ ସହ କଟକ ବରିଷ୍ଠ ନାଗରିକ ମହାସଭାର ସଭାପତି ଡାକ୍ତର କୃପାସିନ୍ଧୁ ପଣ୍ଡା ଙ୍କ ନେତୃତ୍ୱରେ କେନ୍ଦ୍ର ସ୍ଥଳରେ ଏକ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଶଦ ଭାବେ ଆଲୋଚନା କରିଥିଲେ ।
ବିଗତ ୧୦ ବର୍ଷ ହେଲାଣି ଏହି ଅନୁଷ୍ଠାନ ଗଠିତ ହୋଇ କଟକ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ,ମାସିକ ଆଲୋଚନା ଦିଗରେ ନିୟମିତ କାର୍ଯ୍ୟ ସମ୍ପାଦନ କରିଆସୁଛି ।
ଜିଲ୍ଲା ସଭାପତି ବିଷ୍ଣୁ ଦାସ ସାମନ୍ତ, ଯୁଗ୍ମ ସମ୍ପାଦକ ବରଦା ପ୍ରସନ୍ନ ଦାସ,କୋଷାଧ୍ୟକ୍ଷ ଅକ୍ଷୟ ନାୟକ, ପୂର୍ଣ୍ଣ ଛାଟୋଇ ଆଦି ଆଲୋଚନାରେ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ କାର୍ଯ୍ୟ କରୁଛି ମାତ୍ର ବରଷକୁ ଥରେ ସଭା ରେ କ।ର୍ଯ୍ୟକ୍ରମ ସୀମିତ ରହୁଛି ।
ସେମାନଙ୍କ ଅଭିଜ୍ଞତା ପରାମର୍ଶ ନେବା, ମତ ବିନିମୟ ପାଇଁ ସରକାରୀ ସମ୍ମୀଳନୀ ଗୃହ, ସରକାରୀ ଡାକ୍ତରଖାନା ରେ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ର ଜରୁରୀ ଆବଶ୍ୟକତା ରହିଛି ।
ରାଜ୍ୟ ଓ ଜାତୀୟ ସ୍ତରରେ ବରିଷ୍ଠ ସଂଗଠନ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

Related Posts