କଟକ ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ‘ବାର୍ଦ୍ଧକ୍ୟର ଉପଚାର’

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨୩ / ୫ : ନିଜକୁ ବୃଦ୍ଧ ନଭାବି ସକ୍ରିୟ ଭାବେ ଦୈନିକ କାର୍ଯ୍ୟ କରିଚାଲିବାକୁ ବରିଷ୍ଠ ଚିକିତ୍ସା ବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି ।
ଚେନ୍ନାଇ ଆପୋଲୋ ରୁ ହୃଦରୋଗ ଶଲ୍ୟ ଚିକିତ୍ସକ ଡାକ୍ତର ଦିଲିପ ମିଶ୍ର,ଡାକ୍ତର ଜୟନ୍ତ ପଣ୍ଡା,ସହକାରୀ ପ୍ରଫେସର ଭାଗ୍ୟଲକ୍ଷ୍ମି ନାୟକ, ଡାକ୍ତର ମାନସ ନାୟକ, ବିଷ୍ଣୁ ମୋହନ ଦାସ ସାମନ୍ତ ପ୍ରମୁଖ ବିଭିନ୍ନ ବିଷୟରେ ସ୍ବାସ୍ଥ୍ୟ ସଚେତନତା କରିଥିଲେ ।
କଟକ ବରିଷ୍ଠ ନାଗରିକ ମହାସଭା ସଭାପତି ଡାକ୍ତର କୃପାସିନ୍ଧୁ ପଣ୍ଡା ସଭାପତିତ୍ବ କରିଥିଲେ । କେଶରପୂର୍ ସ୍ଥିତ ସ୍ବପ୍ନ। ସୁପର ସ୍ପେସଲିଷ୍ଟ ହସ୍ପିଟାଲ ସଭାଗୃହ ରେ ଏହି ସଚେତନତା ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଶେଷରେ ଯୁଗ୍ମ ସମ୍ପାଦକ ବରଦା ପ୍ରସନ୍ନ ଦାସ ଧନ୍ୟବାଦ୍ ଅର୍ପଣ କରିବା ପରେ ଆସନ୍ତା ୧୫ ତାରିଖ ସନ୍ଧ୍ୟାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଅନ୍ନପୂର୍ଣ୍ଣା ଥିଏଟର ଠାରେ ଅନୁଷ୍ଠିତ ସଭାରେ ସମସ୍ତେ ଯୋଗଦେବାକୁ ସମ୍ପାଦକ କହିଥିଲେ ।