କଟକରୁ ପୁଣି ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ ୧୧ ଜଣ
![](https://odishanewsonline.com/wp-content/uploads/2020/05/india-supports-move-at-who-to-seek-origin-of-coronavirus-2020-05-18.jpg)
କଟକ,୩୦/୭: ଗୁରୁବାର ଦିନ କଟକ ସହରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜଣ ଲୋକାଲ କେସ ହୋଇଥିବା ବେଳେ ୪୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ଏସସିବି ମେଡିକାଲ କଲେଜ କ୍ୱାରେଣ୍ଟାଇନ ସେଣ୍ଟରୁ ୨ ଜଣ, ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ବ୍ୟକ୍ତି ଓ ଅନ୍ୟ ୪ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୩୩ ଜଣ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ଥାଇ କରୋନାର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୫୪୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
-Sambad