Odisha News

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳ ହେଲେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ପୂର୍ବତନ ଛାତ୍ର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୦: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଜଣ ପୂର୍ବତନ ଛାତ୍ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା ମୁତାବକ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ପୁତ୍ର ଶାଶ୍ୱତ ଶୋଭନ ମହାପାତ୍ର ଏବଂ ଉଠା ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବୌଦ୍ଧର ମହେନ୍ଦ୍ର କୁମାର ଦତ୍ତଙ୍କ ପୁତ୍ର ସାର୍ଥକ କୁମାର ଦତ୍ତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଉଭୟ ମେଧାବୀ ଛାତ୍ର ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଶିକ୍ଷା ଆରମ୍ଭ କରିଥିଲେ ।
ଏହି ପରୀକ୍ଷାରେ ଶାଶ୍ୱତ ୧୫୩ ରେଙ୍କ ରେ ରହିଥିବାବେଳେ ସାର୍ଥକ ୨୧୩ ନମ୍ବର ରେଙ୍କରେ ରହିଥିôବା ଜଣାଯାଇଛି । ଦୀର୍ଘବର୍ଷ ପରେ ବୌଦ୍ଧର ଦୁଇଜଣ ଛାତ୍ରଙ୍କୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ମିଳିଥିବାବେଳେ ଶୁଭେଛୁମାନେ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ଶାଶ୍ୱତ ଶୋଭନ ମହାପାତ୍ର ବୌଦ୍ଧର ବରିଷ୍ଠ ସାମ୍ବାଦିକ ଧବଳେଶ୍ୱର ମହାପାତ୍ର ଙ୍କ ପୁତୁରା ଅଟନ୍ତି ।
ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟଉଦଯାପିତ, ପଞ୍ଚମ ଆଇଆରବି ଦଳ ଚମ୍ପିୟାନ
ବୌଦ୍ଧ,୯/୧୦: ବୌଦ୍ଧ କଚେରୀ ପଡିଆରେ ଗେହ୍ଳାମା କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଗେହ୍ଳମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆଇଆରବି ପଞ୍ଚମ ବାଟାଲିଆନ ବୌଦ୍ଧ ଓ ଗେହ୍ଳାମା କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳଟି ସଂଘର୍ଷ ପୁର୍ଣ୍ଣ ହୋଇଥିବା ବେଳେ ନିଦ୍ଧାରିତ ସମୟରେ ୧-୧ ଗୋଲ ହୋଇଥିଲା ।
ଫଳରେ ଟ୍ରାଇବ୍ରେଜର ଜରିଆରେ ଆଇଆରବି ଦଳ ୪-୨ ଗୋଲରେ ଗେହ୍ମ।।ମା ଦଳକୁ ହରାଇ ଚମ୍ପିୟାନ ହୋଇଥିଲା । ଉଦଯାପନ ଦିବସରେ ଅତିଥିଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଆଇଆରବି କମାଣ୍ଟେଣ୍ଟଦୁର୍ବାସା ନାଏକ, ଡେପୁଟି କମାଣ୍ଟାଟ ଗୋପବନ୍ଧୁ ତ୍ରିପାଠି, ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର, ପୂର୍ବତନ ବରିଷ୍ଠ ଫୁଟବଲ ୍େ‌ଖଳାଳୀ ଲିଙ୍ଗରାଜ ଲେଙ୍କା ଯୋଗ ଦେଇ ବିଜୟତା ଓ ଉପବିଜୟତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ରାମେଣ୍ଟର ବେଷ୍ଟ ଗୋଲକିପର ଭାବେ ଗେହ୍ଳମା ଦଳର ଆୟୁସ ସ୍ୱାଇଁ, ବେଷ୍ଟ ଡିଫେନସ ଭାବେ ଆଇଆରବି ଦଳର ଭଜ ନାଏକ, ବେଷ୍ଟ ଏମେଜିଙ୍ଗ ଖେଳାଳି ଭାବେ ମାନସ ମୁଖି, ବେଷ୍ଟ ଖେଳାଳି ଜିତେନ୍ଦ୍ର ଦେହୁରୀ, ଟପ ସ୍କୋରର ଭାବେ ରିତିରାଜ ଭୋଇଙ୍କୁ ପ୍ରଦାନ କରାଯାଇଥିଲା ।
ଚମ୍ପିୟାନ ଦଳକୁ ୫୦୦୦ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୩୦୦୦ ଟଙ୍କା ସହ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଖେଳକୁ ରେଫରୀ ଶେଷଦେବ ବେହେରା, ସୁରେନ୍ଦ୍ର ନାଏକ, କାଳିଆ ମହାରଣା, ବିକ୍ରମ ନାଏକ, ସୁର୍ଯ୍ୟକାନ୍ତ ବେହେରା , ପ୍ରବିଣ ବେହେରା ଓ ଅମିତ ନାଏକ ପରିଚାଳନା କରିଥିଲେ । ବିଭୂତି ଭୂଷଣ ବେହେରା ମଂଚ ପରିଚାଳନା କରିଥିଲେ । କାଳିଆ ମହାରଣା, ଗରିବ ବେହେରା, ଚିନ୍ମୟ ସାହାଣୀ, ଭରତ ବେହେରା, ସଚ୍ଚିଦା ନନ୍ଦ ନାୟକ, ପ୍ରଦିପ ଡାଙ୍ଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ସଟର ଭାଙ୍ଗି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ
ବୌଦ୍ଧ,୯/୧୦ ବୌଦ୍ଧ ସହରସ୍ଥିତ ଏକ ବଡ ମୋବାଇଲ ଦୋକାନର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କା ମୋବାଇଲ ଲୁଟ କରିଛନ୍ତି ଲୁଟେରା । ସୂଚନା ମୁତାବକ ବୌଦ୍ଧ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା,ସମବାୟ ବ୍ୟାଙ୍କ,ଆଇସିଆଇସିଆଇ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ନିକଟରେ ଏବଂ ଟାଉନହଲ ସମ୍ମୁଖରେ ଥିବା ସହରର ମିଲନ ମୋବାଇଲ ଦୋକାନ ଅବସ୍ଥିତ ।
ଶୁକ୍ରବାର ସକାଳୁ ମୋବାଇଲ ଦୋକାନର ସଟର ସାମାନ୍ୟ ଉପରକୁ ଉଠି ରହିଥିବା ଦୋକାନ ମାଲିକଙ୍କ ଜଣେ ସଂପର୍କିୟ ଦେଖି ତାଙ୍କୁ ସୂଚନା ଦେଇଥିଲେ । ଦୋକାନ ମାଲିକ ତୁରନ୍ତ ଆସିବାପରେ ଦୋକାନର ସଟର ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯିବା ପରେ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଘଟଣା ସଂପର୍କରେ ଅନୁଧ୍ୟନ କରାଯିବାପରେ ଦୋକାନରୁ ଚୋରୀ ହୋଇଥିବା ସ୍ପଷ୍ଟ ହୋଇଥିଲା । ଥାନା ଅଧିକାରୀ ଶ୍ରୀନାଏକ ପହଞ୍ଚିବା ପରେ କିଛି ମେକାନିକ୍‌ଙ୍କୁ ଡକାଇ ସଟର କାଟି ଦୋକାନ ଖୋଲାଯାଇଥିଲା । ଦୋକାନ ଭିତରୁ ପ୍ରାୟ ୭ ଲକ୍ଷ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ଉପକରଣ ଚୋରୀ ହୋଇଯାଇଥିବା ଦୋକାନ ମାଲିକ ଅନୁମାନ କରି କହିଥିଲେ ।
ଦୋକାନ ଭିତରେ ଥିବା ସିସିଟିଭି ଯାଞ୍ଚ କରାଯିବାପରେ ଦୁଇଜଣ ଲୁଟେରା ଭିତରେ ପଶିଥିବା ଓ ସେମାନେ ମୁହଁକୁ ମାସ୍କ ଏବଂ କପଡା ସାହାଯ୍ୟରେ ଢାଙ୍କିବା ସହ ହାତରେ ଗ୍ଲୋଭ୍‌ସ ଲଗାଇଥିବା ଦେଖିବାକୁ ମିଳିଥିଲା । ଦୋକାନ ପାଖା ପାଖି ଲାଗିଥିବା ସିସିଟିଭି ସହ ସାଇଣ୍ଟିଫିକ ଟିମ ଦ୍ୱାରା କୋକାନ ଭିତରେ ଯାଞ୍ଚ କରାଯାଇଥିଲେ ମଧ୍ୟ ବିଶେଷ ସଫଳତା ମିଳିପାରିନଥିବା ଜଣାଯାଇଛି ।
ସେହପରି ସୁବର୍ଣ୍ଣପୁରରୁ ଅନୁସନ୍ଧାନୀ କୁକୁର ସ୍ୱାଡ ଡକାଇ ତଦନ୍ତ କରାଯିବାପରେ କେନ୍ଦ୍ରୀୟ ବିଦ୍ୟାଳୟ ନିକଟକୁ ଯାଇ କୁକୁର ମଧ୍ୟ ଅଟକି ଯାଇଥିଲା । ତେଣୁ ଲୁଟେରା ଗ୍ୟାଙ୍ଗ ଜଗନ୍ନାଥ ସଡକ ଦେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଊଅଛି । ପୁଲିସ ପକ୍ଷରୁ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ତନାଘନା ପ୍ରୟାସ ଜାରି ରହିଛି ଏବଂ ଖୁବ ଶିଘ୍ର ସଫଳତା ମିଳିବ ବୋଲି ପୋଲିସ ଆଶାବାଦୀ ରହିଛି ।
ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀରେ ୧୫ ଟି ଜୋନ ପାଇଁ ୪୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ବୌଦ୍ଧ,୯/୧୦ : ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ନେଇ ରାଜନିତି ସରଗମ ହୋଇଉଠିଥିବ ବେଳେ ୧୫ଟି ଜୋନ ପାଇଁ ୪୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ର୍ରିୟା ଶେଷ ହୋଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ରହିଥିବା ୧୫ ଟି ଜୋନ ପାଇଁ ଜଣ ପ୍ରାର୍ଥୀ ଓ ପ୍ରର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ମିଳିଥିôବା ସୂଚନା ମୁତାବକ ୧ ନମ୍ବର ଜୋନ ପାଇଁ ଅଶ୍ୱନୀ କୁମାର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ଭୋଇ,ଭୂମିସୂତା ମେହେର ଓ ସୁଶାନ୍ତ ବାଘ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୨ ନମ୍ବର ଜୋନ ପାଇଁ ଲିଙ୍ଗରାଜ ଜଗଦଲା, ଗଣେଶ୍ୱର ନାଏକ ଓ ମମତା ମେହେର, ୩ ନମ୍ବର ଜୋନ ପାଇଁ ପ୍ରମୋଦ କୁମାର ରଣା ଓ ନରେଶ ପ୍ରଧାନ, ୪ ନମ୍ବର ଜୋନ ପାଇଁ ଅରୁଣ କୁମାର ପ୍ରଧାନ,ବିନୋଦ କୁମାର ସାହୁ,ଗିତାଞ୍ଜଳୀ ପ୍ରଧାନ,ନବୀନ କୁମାର ଦେହୁରୀ ଓ ବିକ୍ରମ ପ୍ରଧାନ, ୫ ନମ୍ବର ଜୋନ ପାଇଁ ଫିଲିମିନା ପ୍ରଧାନ, ପଙ୍କଜିନୀ ପଟ୍ଟନାୟକ ଓ ପଦ୍ମାବତୀ ଭୋଇ, ୬ ନମ୍ବର ଜୋନ ପାଇଁ ଦିଲ୍ଲିପ କୁମାର ମେହେର,ବିମଳ ପ୍ରଧାନ,ନିରଞ୍ଜନ ଖମାରୀ ଓ ଗୋବିନ୍ଦ ଅମାତ, ୭ ନମ୍ବର ଜୋନ ପାଇଁ ଦୁଗୁନୀ ଦିଗାଲ, ରଞ୍ଜିତ୍‌୍ ମହାନନ୍ଦିଆ,ଲୁଲୁ ସେଠୀ ଓ ମିନୁ ମହାଲିକ, ୮ ନମ୍ବର ଜୋନ ପାଇଁ ସଙ୍ଗୀତା ନାଏକ, ସୁଶୀଳ କୁମାର ଜାନୀ ଓ ନବୀନ ପ୍ରଧାନ, ୯ ନମ୍ବର ଜୋନ ପାଇଁ ସଚ୍ଚିଦାନନ୍ଦ ପ୍ରଧାନ ଓ ବସନ୍ତ କୁମାର ପ୍ରଧାନ, ୧୦ ନମ୍ବର ଜୋନ ପାଇଁ ବୃଷଭ କହଁର, ବ୍ରହ୍ମାଶଙ୍କର କହଁର ଓ ଶତପଥୀ ପ୍ରଧାନ, ୧୧ ନମ୍ବର ଜୋନ ପାଇଁ ଲିନା ମହାପାତ୍ର ଏକ ମାତ୍ର ପ୍ରାର୍ଥୀନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି , ୧୨ ନମ୍ବର ଜୋନ ପାଇଁ ସୁବୋଧ କୁମାର ପ୍ରଧାନ,ଗଶେଶ ମେହେର ଓ ଭଗବାନ ମେହେର , ୧୩ ନମ୍ବର ଜୋନ ପାଇଁ ରାଜେନ୍ଦ୍ର କୁମାର ମେହେର ଓ ଶୈଳେନ୍ଦ୍ର ପ୍ରଧାନ,୧୪ ନମ୍ବର ଜୋନ ପାଇଁ କିଶୋର କୁମାର ମେହେର,ବିଜୟ ପ୍ରଧାନ,ସୁରେଶ ପାଣ୍ଢେ ଓ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୫ ନମ୍ବର ଜୋନ ପାଇଁ ଧନେଶ୍ୱରୀ ମେହେର ଓ ମମତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଶନିବାର ୮ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଥିବାବେଳେ ଆସନ୍ତା ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ଆସନ୍ତା ୩୦ ତାରିଖ ଦିନ ନିର୍ବାଚନ ହେବ ବୋଲି ଜଣାଯାଇଛି ।

Related Posts

Seo wordpress plugin by www.seowizard.org.