Odisha News

ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍: ଜଣେ ମୃତ, କୋଡ଼ିଏରୁ ଊର୍ଦ୍ଧ୍ବ ଆହତ

ବୈପାରିଗୁଡା, ୩/୫: ଅକ୍ଷୟ ତୃତୀୟା ଅବସରରେ ଗୁପ୍ତେଶ୍ୱର ପୀଠକୁ ଦର୍ଶନ ନିମନ୍ତେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସିପଡ଼ି କୋଡ଼ିଏରୁ ଊର୍ଦ୍ଧ୍ବ ଆହାତ ହୋଇଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ପଞ୍ଚାୟତର ବାଲଦା ଗ୍ରାମର ଦିବାକର ଭୂମିଆ ଏବଂ ତାଙ୍କ ଗ୍ରାମର କିଛି ଲୋକ ଏକ ବୋଲେରୋ ଏବଂ ପିକ୍ଅପ୍ ଭ୍ୟାନ୍ରେ ଗୁପ୍ତେଶ୍ୱର ଦର୍ଶନ ତଥା ଦିବାକରଙ୍କ ଖୁଡି ଏବଂ ବଡ଼ ଭାଇର ଅସ୍ଥି ବିସର୍ଜନ ନିମନ୍ତେ ଯାଉଥିଲେ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତର ଚଢେଇପାଣି ଘାଟିରେ ଦୁର୍ଘଟଣା ଘଟିଛି।
କିଛି ଗ୍ରାମ ଲୋକଙ୍କ ସାହାଯ୍ୟରେ ରାମଗିରି ଡାକ୍ତରଖାନାକୁ ଆହାତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ଜଣେ ୩୫ ବର୍ଷିୟା ମହିଳା ରାଇମତି ଭୂମିଆଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ପୁଲିସ ଡିଏସପି ବିରଞ୍ଚିନାରାୟଣ ଜଗତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related Posts

Seo wordpress plugin by www.seowizard.org.