Odisha News

ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ୍; ୪ ଛାତ୍ର ଗୁରୁତର

କାମାକ୍ଷାନଗର,୧୫/୧୦: ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ। ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ଭିତରୁ ୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସୂଚନା ମୁତାବକ, ଭ୍ୟାନଟି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ କୁଲେଇ ଗାଁରୁ ବସୁଲେଇ ଶିଶୁ ମନ୍ଦିରକୁ ଯାଉଥିଲା। ବେପରୁଆ ଚାଳନା ଯୋଗୁଁ ଗୋପାଳସାହି ନିକଟରେ ଚାଷ ଜମିକୁ ଗାଡ଼ିଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଥିବା ଜଣେ ଶିଶୁକୁ ତାଳଚେରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.