Odisha News

ଓଲଟିଲା ଗ୍ୟାସ ଟ୍ୟାଙ୍କର: ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ

By Surjya Narayana Panda

କୋରାପୁଟ,୨୯ ।୧୧: କୋରାପୁଟ ଜିଲ୍ଲା ରାଲେଗଡ଼ା ଗ୍ରାମପଞ୍ଚାୟତର ପଟାଙ୍ଗି ଥାନା ରାଜୁଗୁଡ଼ା ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତର ଭାବେ ଟେଙ୍କର ଉପରେ ପାଣି ସ୍ପ୍ରେ କରାଯାଉଛି । ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣାରୁ ଏକ ବୈଷୟିକ ଟିମ ଦୁର୍ଘଟନା ସ୍ଥଳକୁ ଆସୁଥୁବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ଟୁଇଟ୍ କରି ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.