Odisha News

ଓଡିଶାକୁ ରେଳ ବଜେଟରେ ମିଳିଲା ୧୦ ହଜାର କୋଟି, ୫୭ ଷ୍ଟେସନର ହେବ ଆଧୁନିକୀକରଣ

ଭୁବନେଶ୍ବର,୩/୨ : ରେଳ ବଜେଟରେ ଓଡ଼ିଶାକୁ ୧୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓଡ଼ିଶା ଯେତିକି ଦାବି କରିଥିଲା ତାଠାରୁ ଏହା ୧୯ ପ୍ରତିଶତ ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ଲୋକସଭାରେ ସାଧାରଣ ବଜେଟ ଆଗତ ହେବାର ୨ ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ୮୪୦୦ କୋଟି ଟଙ୍କାର ବ୍ୟୟବରାଦ ଦାବି କରିଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୧୦୧୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ଇୟଗ୍ଦ ଭଚ୍ଚ
ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ ବଜେଟରେ ଓଡ଼ିଶାକୁ ୬୩୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା, ଯେବେକି ଓଡ଼ିଶା ୭୬୦୦ କୋଟି ଟଙ୍କା ମାଗିଥିଲା । ତେବେ ରାଜ୍ୟ ଭାଗ ଓ ବଜେଟ ଭିନ୍ନ ଅନ୍ୟାନ୍ୟ ବ୍ୟୟବରାଦକୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ତାହା ୯୭୩୪ କୋଟି ଟଙ୍କାକୁ ପହଞ୍ଚିଛି ।
ଓଡ଼ିଶାରେ ନୂଆ ଆର୍ଥିକ ବର୍ଷରେ ମୋଟ ୨୮୦ କିଲୋମିଟର ନୂଆ ରେଳପଥ ନିର୍ମାଣ କରାଯିବ ଓ ୫୭ଟି ଷ୍ଟେସନର ଆଧୁନୀକିକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ଗତ ୧ ତାରିଖରେ ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ । ତା ମଧ୍ୟରୁ ରେଳ ବିଭାଗ ପାଇଁ ୨ ଲକ୍ଷ ୪୦ ହଜାର କୋଟିର ବ୍ୟୟବରାଦ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.