Odisha News

ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ହେଲେ ଯୁବ ସାହିତ୍ୟିକ ଇଂ.ସଂଜୟ ପଣ୍ଡା

ବୌଦ୍ଧ,୨୩ । ୭: ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପୁର୍ନଗଠିତ ହୋଇଯାଇଛି । ଏଥିରେ ବୌଦ୍ଧର ଯୁବ ସାହିତ୍ୟିକ ଇଂ. ସଞ୍ଜୟ କୁମାର ପଣ୍ଡାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବରେ ମନୋନୀତ କରାଯାଇଛି । ଶ୍ରୀପଣ୍ଡା ବୌଦ୍ଧରେ ନିଳଚକ୍ର ସାହିତ୍ୟ ସଂସଦ ଗଠନ କରିବା ସହିତ ନିୟମିତ ଭାବରେ ସାଧନା ଜାରି ରଖିଛନ୍ତି ।


ଏହାବ୍ୟତୀତ ରାଜ୍ୟର ଅନେକ ଜିଲ୍ଲା ସଂଗଠନର ମଧ୍ୟରେ ସେ ସାହିତ୍ୟିକ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି । ତାଙ୍କରି ନେତୃତ୍ୱରେ ଜିଲ୍ଲାରେ ସାହିତ୍ୟର ବିକାଶ ଘଟିବ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି । ଅନେକ ଶୁଭେଛୁ ଶ୍ରୀପଣ୍ଡାଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.