Odisha News

ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ବିତରଣ

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୪/୩ : ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ । ବିଦ୍ୟୁତ ବଣ୍ଟନ ର ଘରୋଇ କରଣ ହୋଇଛି ।
ଏ ଦିଗରେ ବିଶେଷ ଆଭାସି ଆଲୋଚନା ଥିଙ୍କର୍ସ କ୍ଳବ୍ ୧୧୩ ତମ ଅଧିବେଶନ ରେ ଅନୁଷ୍ଠିତ ହୋଇଥିଲା । ଇ ବିଜୟ ଚନ୍ଦ୍ର ଜେନା ବିଶଦ ଭାବେ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ଉପରେ ଆଲୋଚନା କରିଥିଲେ ।
ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରକାଶ ଚନ୍ଦ୍ର ଜୈନ, ଇ ବାଲ୍ ମୁକୁନ୍ଦ ଦାସ,ପ୍ରତାପ ରାଉତ,ସୁକାନ୍ତ ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପରିବେଶ ପ୍ରଦୂଷଣ ରୋକିବା ପାଇଁ ବିଦ୍ୟୁତ ଜକ୍ଷନ,ବିତ୍ୟୁତ ବିତରଣ କ୍ଷେତ୍ରରେ ପାୱାର କଟ ଓ ସୋଲାର ଏନର୍ଜି ଆଦି ବିଷୟରେ ପ୍ରଶ୍ନ ପଚାରି ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ସଭାକୁ ସଂଯୋଜନା କରିଥିଲେ ।

Related Posts